କୋଇଲା ଟ୍ରେନରେ ନିଆଁ, ଆୟତ୍ତ କଲେ ଭଣ୍ଡାରିପୋଖରୀ ଓ ଧାମନଗର ଅଗ୍ନିଶମ ବାହିନୀ
30/12/2022 at 2:52 PM

ଭଦ୍ରକ ୩୦/୧୨: ମାଲବାହୀ କୋଇଲା ଟ୍ରେନରେ ଧୂଆଁ ଦେଖି ନିଆଁ ଲାଗିଥିବା ସନ୍ଦେହ । ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ କୋଇଲା ଟ୍ରେନଟି ଯାଉଥିବା ବେଳେ ଟ୍ରେନରେ ଧୂଆଁ ଦେଖାଯାଇଥିଲା । ଏହା ଜାଣିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛି । ଅଗ୍ନିଶମ ବାହିନୀର ଭଣ୍ଡାରିପୋଖରୀ ଓ ଧାମନଗରର ଦୁଇଟି ଗାଡି ନିଆଁକୁ ଆୟତ୍ତ କରିଛି ।
ସୂଚନା ଥାଉକି, ପାରାଦୀପରୁ ଟ୍ରେନ କୋଇଲା ନେଇ ଆସୁଥିଲା । ଟ୍ରେନର ପ୍ରାୟ ୧୦ ୱାଗନରୁ ଧୂଆଁ ଦେଖିବାକୁ ମିଳିଥିଲା । ନିଆଁ ଲାଗିବା ଜଣାପଡିବା ପରେ ଟ୍ରେନକୁ ମଞ୍ଜୁରୀରୋଡ଼ ଷ୍ଟେସନରୁ କେନ୍ଦୁଆପଦା ଷ୍ଟେସନକୁ ଅଣାଯାଇଛି । ପାୱାର କାଟିବା ପରେ ନିଆଁ ଲିଭାଇ ଉଦ୍ୟମ କରିଥିଲେ ଅଗ୍ନିଶମ ବାହିନୀ ।