ନୂଆଦିଲ୍ଲୀ ୦୫/୧୨ : ଚାଇନାର ସାଉଥ୍-ଓ୍ବେଷ୍ଟର୍ଣ୍ଣ୍ ସିଟି ଚୋଙ୍ଗକ୍ୟିଙ୍ଗ୍ ଅଞ୍ଚଳର ଏକ ଖଣିରେ ବିଶାକ୍ତ ଗ୍ୟାସ ନିର୍ଗତ ହେବା ଫଳରେ ପ୍ରାୟ ୧୮ ଜଣଙ୍କ ମତ୍ୟୁ ଘଟିଛି । ନ୍ୟୁଜ୍ ଏଜେନ୍ସି କ୍ସିନହୁଆ କହିବା ମୁତାବକ ଗତ ୨ ମାସ ମଧ୍ୟରେ ଏହା ଦ୍ବିତୀୟ ଦୁର୍ଘଟଣା । ତେବେ ଏଭଳି ଦୁଃଖଦ ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ନିଘା ନାହିଁ ।
ସୂଚନା ଅନୁସାରେ ଉକ୍ତ କୋଇଲା ଖଣିରେ ସେହି ସମୟରେ ଅନେକ କର୍ମଚାରୀ କାମ କରୁଥିଲେ । ତେବେ ଅଣ୍ଡରଗ୍ରାଉଣ୍ଡରୁ ବିଶାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଫଳରେ ସେଥିମଧ୍ୟରେ ୨୪ ଜଣ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଅଣ୍ଡରଗ୍ରାଉଣ୍ଡରେ ଫସିଥିବା ୨୪ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଏବହ ଆଉ କିଛି ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଖୋଜି ଜାରି ରହିଥିବା ସୂଚନା ମିଳିଛି ।
ସେହିପରି ଗତ ସେପ୍ଟେମ୍ବର ମାସରେ ଚାଇନାର ସୋଙ୍ଗଜ୍ବାଓ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେବା ଫଳରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଚାଇନା ଖଣି ହେଉଛି ବିଶ୍ବର ସବୁଠାରୁ ବିପଦପୁର୍ଣ୍ଣ ଅଞ୍ଚଳ । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଏନେଇ କୌଣସି ସୁରକ୍ଷା ବ୍ୟବସ୍ଥାଗ୍ରହଣ କରାଯାଉନାହିଁ ।