କଣ୍ଟାବାଞ୍ଜି ଷ୍ଟେସନରେ ଅଘଟଣ, କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ
21/11/2023 at 11:22 AM

କଣ୍ଟାବାଞ୍ଜି ୨୧।୧୧: କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଏକ କୋଇଲା ବୋଝେଇ ବଗିରେ ନିଆଁ ଲାଗି ଯାଇଥିଲା । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି । ରାୟପୁରରୁ ବିଶାଖାପାଟଣା ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନରେ ତୁରେକେଲା ଷ୍ଟେସନରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେବା ପରେ ଏହି ଟ୍ରେନ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟ ବଗି ମାନଙ୍କର ଚାଲିଛି ଯାଞ୍ଚ ।
You Can Read :