LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଣନିଶ୍ୱାସୀ କରୁଛି ବର୍ଜ୍ୟ ପାଉଁଶ

1/06/2018 at 9:48 AM

ଝାରସୁଗୁଡା ଜିଲ୍ଲାରେ ସମସ୍ୟା ପାଲଟିଛି କାରଖାନାର ବର୍ଜ୍ୟ ପାଉଁଶ । କଳ କାରଖାନା କର୍ତ୍ତୁପକ୍ଷ ଏବଂ ପାଉଁଶ ସ୍ଥାନାନ୍ତର କାମ ନେଇଥିବା ଥିବା ଠିକା ସଂସ୍ଥା ଯେଉଁଠି ଖାଲି ସ୍ଥାନ ପାଉଛନ୍ତି ସେଠି ପାଉଁଶ ଜମା କରିଦେଉଛନ୍ତି । ଫଳରେ ପ୍ରଦୂଷଣ ସମସ୍ୟାରେ ହନ୍ତସନ୍ତ ଲୋକେ ଏବେ ପ୍ରତିବାଦ ରାସ୍ତାକୁ ଓହ୍ଲାଇଛନ୍ତି ।
ପାଉଁଶ ପାଇଁ ହନ୍ତସନ୍ତ । ଝାରସୁଗୁଡା ଜିଲ୍ଲାରେ କଳକାରଖାନାର ବର୍ଜ୍ୟ ପାଉଁଶ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରୁଛି । ବେଦାନ୍ତ ଆଲୁମିନା ହେଉ ଅବା ସମ୍ବଲପୁରର ଭୁଷଣ ଷ୍ଟିଲ .ଏବଂ ଝାରସୁଗୁଡାର ଅନ୍ୟ ଷ୍ଟିଲ ପ୍ଲାଣ୍ଟ ସବୁରୁ ଦୈନିକ ହଜାର ହଜାର ଟନ ପାଉଁଶ ବାହାରୁଛି । ତାହାକୁ ମାଫିଆମାନେ ସଦର ବ୍ଲକର ବେହେରାପାଲି ଓ ପଣ୍ଡରୀପଥର ଅଞ୍ଚଳରେ ପକାଉଥିବାରୁ ତାର ବିରୋଧ କରିଛନ୍ତି ଲୋକେ । ଠିକା ସଂସ୍ଥା ଜେଟିସିର ୧୦ ପାଖାପାଖି ପାଉଁଶ ବୋଝେଇ ହାଇୱାକୁ ଅଟକାଇ ଥିଲେ ବଡ଼ମାଳ ପଞ୍ଚାୟାର ଶତାଧିକ ମହିଳା | ପୋଲିସ ଓ ପ୍ରଶାସନୀକ ଅଧିକାରୀଙ୍କ ବୁଝାଶୁଝା ପରେ ଓହରିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ପ୍ରଦୂଷଣ ବିଭାଗ ରିପୋର୍ଟ ନଦେବାରୁ ଆଞ୍ଛଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଫିସରେ ଧସେଇ ପଶିଥିଲେ ଲୋକେ । ଏହାସହ ଦାବି ପୂରଣ ଯାଏଁ ଅନ୍ଦୋଳନ ଚେତାବନୀ ବି ଦେଇଛନ୍ତି ।
ଲୋକଙ୍କ ପ୍ରତିକ୍ରିୟା ଦେଖି ପ୍ରଦୂଷଣ ବିଭାଗ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ଏପଟେ ରିପୋର୍ଟ ନେଇ ସନ୍ତୁଷ୍ଟ ହୋଇନଥିବା ଗ୍ରାମବାସୀ ସଂପୃକ୍ତ ଅଞ୍ଚଳକୁ ଭାରୀ ଯାନ ଛାଡୁ ନାହାନ୍ତି ।ତେବେ ପ୍ରଦୂଷଣ ବିଭାଗ ପ୍ରଦୂଷଣ କାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେବ କହୁଥିବା ବେଳେ, ଜିଲ୍ଲାପାଳ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଛନ୍ତି ।

Leave a Reply

   Related Posts