କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ ଗିରଫ; ବେସମେଣ୍ଟକୁ କେବଳ ଷ୍ଟୋରେଜ୍ ପାଇଁ ଅନୁମତି ଥିଲା, ନିୟମ ଉଲ୍ଲଙ୍ଘନ !

Published By : Prameya-News7 Bureau | July 28, 2024 IST

ନୂଆଦିଲ୍ଲୀ: ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ଜଣ ଗିରଫ । RAU IAS କୋଚିଂ ସେଣ୍ଟରର ମାଲିକ ଏବଂ କୋର୍ଡିନେଟରଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । କୋଚିଂ ସେଣ୍ଟର ବେସମେଣ୍ଟର ମୃତ୍ୟୁ ହୋଇଥିବା ଛାତ୍ରଛାତ୍ରୀଙ୍କ ପରିଚୟ ମିଳିଛି । ମୃତକ ହେଉଛନ୍ତି ଶ୍ରେୟା ଯାଦବ, ତାନିଆ ସୋନି ଏବଂ ନବୀନ ଡେବ୍ଲିନ୍ । ପୋଲିସ ଏହି ଘଟଣାର ଛାନଭିନ୍ କରୁଛି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଡିସିପି ଏମ୍ ହର୍ଷବର୍ଦ୍ଧନ ସୂଚନା ଅନୁଯାୟୀ, କୋଚିଂ ସେଣ୍ଟର ମାଲିକ ଏବଂ କୋର୍ଡିନେଟର ଗରିଫ ହୋଇଛନ୍ତି । ସେମାନଙ୍କ ନାଁ BNSର ଧାରା ୧୦୫, ୧୦୬(୧), ୧୧୫(୨), ୨୯୦ ଏବଂ ଧାରା ୩୫ ଲାଗିଛି । ଫରରେନ୍ସିଂ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ଏହା ସହିତ କୋଚିଂ ସେଣ୍ଟର ମ୍ୟାନେଜମେଣ୍ଟ ଏବଂ ସେବିକା ଏଜେନ୍ସି ମଧ୍ୟ ତଦନ୍ତ ଘେରକୁ ଆସିଛି । 

ସୂଚନା ଅନୁଯାୟୀ, ଅଗ୍ନିଶମ ବିଭାଗର ଏନଓସିରରୁ ଜଣାପଡ଼ିଛି ଯେ, କୋଚିଂ ସେଣ୍ଟର ବେସମେଣ୍ଟ କେବଳ ଷ୍ଟୋରେଜ୍ ପାଇଁ ଉଦ୍ଧିଷ୍ଟ ଥିଲା । ହେଲେ ଏହାକୁ ଲାଇବ୍ରେରୀ ସେଣ୍ଟର କରି କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି ବୋଲି ଡିଏଫଏସ ପ୍ରମୁଖ କହିଛନ୍ତି । ଏହା ଉପର କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ଡିସିପି ଏବଂ ଏମସିଡିକୁ ଚିଠା ଲେଖାଯିବ । ବେସମେଣ୍ଟକୁ ଷ୍ଟୋରେଜ୍ ଉଦ୍ଦେଶ୍ୟରେ ତାଙ୍କୁ ଏନଓସି ମିଳିଥିଲା ।  ମାତ୍ର କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ଫଳରେ ୩ଜଣ  ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଶନିବାର ସଂଧ୍ୟା ସମୟରେ ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ମୁସଳଧାରାରେ ବର୍ଷା ହୋଇଥିଲା ।  ଯାହା ଫଳରେ  RAU  IAS କୋଚିଂ ସେଣ୍ଟର ବେସ୍ ମେଣ୍ଟରେ  ଧୀରେ ଧୀରେ ପାଣି ପଶିଥିଲା । ଏହା ଭିତରେ ଥିବା ୩୫ଜଣ ଫସି ଯାଇଥିଲେ । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଧିକାଂଶ ପିଲାଙ୍କୁ ବାହାର କରାଯାଇଥିଲା । ହେଲେ ପାଣି ବୁଡ଼ି ୩ଜଣଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ପ୍ରାୟ ୩୦ ମିନିଟ୍ ଧରି ବେସମେଣ୍ଟରୁ ବର୍ଷା ପାଣି ବାହାର କରିବା ପରେ ସେଥିରୁ ୩ ପିଲାଙ୍କ ମୃତଦେହ ଉଦ୍ଧାର ଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.