ବେଙ୍ଗାଲୁରୁ ଚିକ୍କାବନାବାରା ଷ୍ଟେସନରେ ଜଳିଗଲା ଟ୍ରେନ୍

Published By : Prameya-News7 Bureau | December 26, 2019 IST

ବେଙ୍ଗାଲୁରୁ ୨୬।୧୨:  ବେଙ୍ଗାଲୁର ସହରାଞ୍ଚଳ ଅନ୍ତର୍ଗତ ଚିକ୍କାବନାବାରା ଷ୍ଟେସନରେ ଗୁରୁବାର ଛିଡା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନଟି ରାଜସ୍ଥାନ ବିକାନେରରୁ ଆସି ଷ୍ଟେସନରେ ହଲ୍ଟ କରିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ବଗିରେ ନିଆଁ ଲାଗିବା ସୂଚନା ପାଇ ସ୍ଥାନୀୟ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଟ୍ରେନରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ନିଆଁ ଲାଗି ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁ କୌଣସି ଯାତ୍ରୀ ମୃତାହତ ହେବା ନେଇ ସୂଚନା ନଥିବା ସ୍ଥାନୀୟ ପୋଲିସ କହିଛି। ସକାଳ ପ୍ରାୟ ୧୦ଟା ବେଳେ ଟ୍ରେନ୍‌ ବଗିରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଷ୍ଟେସନମାଷ୍ଟରଙ୍କୁ ଜଣାଇଥିଲେ। ସେ ଦମକଳକୁ ସୂଚନା ଦେବା ସହ  ରେଳବାଇ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.