vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଟିମ ଇଣ୍ଡିଆର ଖେଳାଳିଙ୍କ ଭିତରେ ଚାଲିଥିବା ମତଭେଦ ଉପରେ ପ୍ରତିକ୍ରିୟା ଦେଲେ ସିଓଏ, କହିଲେ ଯେଉଁ ଖେଳାଳି…

25/07/2019 at 2:13 PM

ନୂଆଦିଲ୍ଲୀ୨୫|୭: ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ନିଯୁକ୍ତି ହୋଇଥିବା ବିସିସିଆଇର କାମକୁ ଅନୁଧ୍ୟାନ କରୁଥିବା ପ୍ରଶାସନିକ କମିଟି ଶୁକ୍ରବାର ଏକ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବ ମତଭେଦ ଖରବକୁ ଖାରଜ କରିପାବେ ବୋଲି କୁହାଯାଉଛି।  ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ହାରିବା ପରେ ଖେଳାଳିଙ୍କ ମଧ୍ୟରେ ମତଭେଦ ଲାଗି ରହିଥିବା ନେଇ  ଚର୍ଚ୍ଚା ହେଉଛି। ଏହି ସମୟରେ ଜଣେ ବରିଷ୍ଠ ଓ ଅଭିଜ୍ଞ ଖେଳାଳି କହିଛନ୍ତି, କ୍ରିକେଟର ବୋର୍ଡ ଫ୍ୟାମିଲି କ୍ଲଜକୁ ଭାଙ୍ଗିଦେଇଛି।

ଏନେଇ ପ୍ରଶାସନିକ କମିଟିର ଜଣେ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ପ୍ରଶାସନିକ କମିଟି ବୈଠକ ସମୟରେ ଏହି ଖେଳାଳିଙ୍କ ମତଭେଦ ଉପରେ ଚର୍ଚ୍ଚା କରିଯିବ ନାହିଁ। ପ୍ରଶାସନିକ କମିଟି ଆହୁରି ମଧ୍ୟ କହିଛି, ଖେଳାଳିଙ୍କୁ ନେଇ ମିଡିଆରେ ଚର୍ଚ୍ଚା ହେଉଥିବା ଖବର ଉପରେ କୌଣସି ରାୟ ଦେବ ନାହଁ। ହେଲେ ପ୍ରତ୍ୟେକ ଖେଳାଳି ବ୍ୟକ୍ତିଗତ ଭାବେ ନିଜର କୌଣସି ସମସ୍ୟା ବାବଦରେ ଜଣାଇପାରିବେ। ବୋଲି ପ୍ରଶାସନିକ କମିଟି କହିଛି। ଖେଳାଳିଙ୍କ ଭିତରେ ସେମିତି କିଛି ସମସ୍ୟା ନାହଁ ବୋଲି ପ୍ରଶାସନିକ କମିଟି କହିଛି।

ଯେଉଁ ଖେଳାଳି ନିୟମ ଉଲଂଘନ କରିବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନିକ କମିଟି  ଚେତାବନୀ ଦେଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିଶ୍ବକପ ସେମିଫାଇନାଲରେ ଟିମ ଇଣ୍ଡିଆ ହାରିବା ପରେ ପ୍ରଶାସନିକ ଅଧିକାରୀ (ସିଓଏ) ଟିମ ସହ କଥା ହେବ ବୋଲି ସେ କହିଛନ୍ତି। ଟିମ ଇଣ୍ଡିଆର ଖେଳାଳିଙ୍କୁ ନେଇ ଗୁଜବ ଉଠୁଥିବା କଥା ଉପରେ ବିସିସିଆଇ ଓ ସିଓଏ ଉଭୟଙ୍କ ପ୍ରତିକ୍ରିୟା ସମାନ ନାହିଁ। ବରଂ ସେମାନଙ୍କ ମଧ୍ୟରେ ମତଭେଦ ଦେଖା ଯାଉଛି ବୋଲି ସେ କହିଥିଲେ।

ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ କାହିଁକି ହାରିଲା ଏନେଇ ସମୀକ୍ଷା ବୈଠକ କରାଯିବ ବୋଲି ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି। ଏହି ବୈଠକରେ ଦଳର ଅଧିନାୟକ, ମୁଖ୍ୟ କୋଚ ଓ ଚୟନକର୍ତ୍ତା ସଦସ୍ୟା ପ୍ରମୁଖ ଆଦି ଉପସ୍ଥିତ ରହିବେ। ସମୀକ୍ଷା ବୈଠକ ସମୟରେ ସମସ୍ତଙ୍କୁ ବହୁତ ପ୍ରଶ୍ନର ସାମ୍ନା କରିପାରନ୍ତି ବୋଲି ସେ କହିଛନ୍ତି।

   Related Posts