ନୂଆଦିଲ୍ଲୀ୧୨/୨: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଧୀରେ ଧୀରେ ବିଳମ୍ବ ହେବାର ଲାଗିଛି। ଅନ୍ୟପଟେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫାଶୀ ତାରିଖ ଯେତେ ଘୁଞ୍ଚିବାରେ ଲାଗିଛି ଲୋକମାନଙ୍କ ଭିତରେ ସେତେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅନ୍ୟପଟେ ଉତ୍ତରପ୍ରଦେଶର ବାଲିୟା ଜିଲ୍ଲାର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ( ସିଏମ୍ଓ) ନିର୍ଭୟା ଦାଦାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
wp:html /wp:htmlନିର୍ଭୟା ଦାଦାଙ୍କ ସହ ସିଏମଓ କଥା ହେବା ବେଳେର ଭିଡିଓ ଦେଖିଲେ ହୁଏତ ଆପଣଙ୍କ ମନରେ ଥିବା ପ୍ରଶ୍ନ ଦୂର ହୋଇଯିବ। ନିର୍ଭୟା କିଏ? କାହିଁକି ତାଙ୍କୁ ଦିଲ୍ଲୀ ପଠାଇଥିଲେ? ବେପରୁଆ ଢ଼ଙ୍ଗରେ ସିଏମ୍ଓ ଏଭଳି ପ୍ରଶ୍ନ କରିଥିଲେ। ସିଏମଓ ଓ ନିର୍ଭୟା ଦାଦାଙ୍କ କଥାହେବା ବେଳେର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସୂଚନାଯୋଗ୍ୟ ଯେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଏଥିସହ ନିର୍ଭୟା ନାଁରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏନଏଚ୍ ୩୧ ପର୍ଯ୍ୟନ୍ତ ସଡ଼କ ତିଆରି ହେବ ବୋଲି ଅଖିଳେଶ ଘୋଷଣା କରିଥିଲେ। ଏହାପରେ ନିର୍ଭୟାଙ୍କ ନାଁରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତିଆରି ହୋଇଥିଲା। ବର୍ତ୍ତମାନ ସେହି ହସ୍ପିଟାଲର ପରିସ୍ଥିତି ଶୋଚନୀୟ ହୋଇ ପଡ଼ିଛି। ସେଥିପାଇଁ ନିର୍ଭୟାଙ୍କ ଦାଦାଙ୍କ ସହ କିଛି ସ୍ଥାନୀୟ ଲୋକ ଧାରଣରେ ବସିଥିଲେ। ହସ୍ପିଟାଲରେ ଡାକ୍ତର ନାହାନ୍ତି, ଚିକିତ୍ସା ବ୍ୟବସ୍ଥା ବହୁତ ଖରାପ ଚାଲିଛି। ହସ୍ପିଟାଲର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକେ ଓ ନିର୍ଭୟାଙ୍କ ଦାଦା ଧାରଣରେ ବସିଥିଲେ। ଘଟଣାସ୍ଥଳରେ ବାଲିଆ ଜିଲ୍ଲାର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଆସି ପହଞ୍ଚିଥିଲେ। ସେହି ସମୟରେ ସିଏମ୍ଓ ଏଭଳି କଥା କହିଥିଲେ।