ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଏମ୍ସିର ଯୋଜନା, କେବଳ ଏସ୍ସିବିରେ ମିଳିବ ଚିକିତ୍ସା ସୁବିଧା
23/08/2022 at 3:45 PM

କଟକ, ୨୩/୦୮: କଟକ ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଏମସି ଯୋଜନା ପ୍ରସ୍ତୁତ କରିଛି । ପ୍ରତି ଓ୍ବାର୍ଡରେ ସଫେଇ କାମ ପାଇଁ ଅଧିକ ମାନଵ ସମ୍ବଳ ନିୟୋଜିତ କରାଯାଇଛି । ସେହିପରି ସପ୍ତାହକୁ ଥରେ ଡ୍ରାଏ ଡେ ପାଳନ କରିବା ସହ ଘରକୁ ଘର ଵୁଲି ଆଶା, ଅଙ୍ଗନଵାଡି କର୍ମୀ ମାନେ ଜ୍ୱରର ଲକ୍ଷଣ ଥିବା ଲୋକଙ୍କୁ ମେଡିକାଲ ନେଵାର ଵ୍ୟଵସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସହ ଵେସରକାରୀ ଡାକ୍ତରଖାନାରେ ଡେଙ୍ଗୁ ଚିହ୍ନଟ ହେଲେ ତାଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କଟକ ସହରରେ ଡେଙ୍ଗୁ ମୃତ୍ୟୁ ପରେ ତତ୍ପର ହୋଇଛନ୍ତି ସିଏମସି କର୍ତ୍ତୃପକ୍ଷ। ଗଳିକନ୍ଦିର ସହର କଟକ ଡେଙ୍ଗୁର ହଟସ୍ପଟ୍ ହେଵାର ଆଶଙ୍କା ସଵୁଵେଳେ ରହିଥାଏ। ତେଣୁ ଯେଉଁ ଓ୍ବାର୍ଡ ପ୍ରଭାବିତ ହେଵାର ଆଶଙ୍କା ରହିଛି, ସେହି ଓ୍ବାର୍ଡ ଗୁଡିକରେ ସିଏମସି ତାର ଗତିଵିଧିକୁ ତ୍ବରାନ୍ବିତ କରିଛି । ସେଭଳି ଓ୍ବାର୍ଡରେ ସପ୍ତାହକୁ ଥରେ ସଵୁ ଘରେ କୌଣସି ଵର୍ଯ୍ୟଵସ୍ତୁ, ଫୁଲକୁଣ୍ଡ ଆଦିରେ ଯେଉଁଭଳି ପାଣି ଜମି ନରହେ ସେଥିପ୍ରତି ଧ୍ୟାନ ଦିଆଯିବ । ସେହିଭଳି ପ୍ରତି ଓ୍ବାର୍ଡରେ ଗଛ, ଲଟା, ଵୁଦା ଆଦି ସଫା କରିବା ପାଇଁ ଅଧିକ ମାନଵ ସମ୍ବଳ ନିୟୋଜିତ କରାଯାଇଛି ।
ସିଟି ସ୍ବାସ୍ଥ୍ୟ ଅଧିକାରୀଙ୍କ କହିଵା ଅନୁସାରେ ଡେଙ୍ଗୁର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଯାହାଵି ଲକ୍ଷଣଯୁକ୍ତ ଚିକିତ୍ସା ରହିଛି, ସେଥିପାଇଁ ଅଭିଜ୍ଞ ଡାକ୍ତର କଟକରେ କେଵଳ ଏସସିଵିରେ ହିଁ ଅଛନ୍ତି । ସେଥିପାଇଁ ଏସସିଵିରେ ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡ କରାଯାଇଛି । ତେଣୁ ଜ୍ବର ହେଲେ ଏସସିଵିରେ ରକ୍ତ ପରୀକ୍ଷା କରାଇଵା ସହ ଡେଙ୍ଗୁ ଚିହ୍ନଟ ହେଲେ କେଵଳ ଏସସିଵିରେ ହିଁ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଛନ୍ତି ସିଟି ସ୍ବାସ୍ଥ୍ୟ ଅଧିକାରୀ । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଓ୍ବାର୍ଡ କର୍ପୋରେଟରମାନଙ୍କ ସହଯୋଗ ନେଇଛି ସିଏମସି। ତେବେ ଗତ ଚାରିମାସ ଭିତରେ କଟକ ସହରରେ ସରକାରୀ ଭାଵେ ୧୯ଜଣ ଡେଙ୍ଗୁ ପଜଟିଭ୍ ଚିହ୍ନଟ ହୋଇଥିଵା ଵେଳେ ଜଣଙ୍କର ମୃତ୍ୟୁ ଘଟିଛି ।