ବାଲିଯାତ୍ରା ପାଇଁ CMC ଡାକିଲା ସ୍ୱତନ୍ତ୍ର ବୈଠକ, ଆପତ୍ତି ଉଠାଇଲେ ବିରୋଧୀ

Published By : Prameya-News7 Bureau | November 20, 2023 IST

କଟକ ୨୦/୧୧: ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ବୈଠକ ଡାକିଲେ ସିଏମ୍‌ସି ମେୟର । ଯଦିଓ ଆଜିର ବୈଠକରେ କୌଣସି ହୋହଲ୍ଲା ହୋଇନାହିଁ । କିନ୍ତୁ ଯାତ୍ରା ପରିଚାଳନା ପାଇଁ ଯେତିକି ବ୍ୟୟ ବରାଦ ହୋଇଛି, ତାକୁ ନେଇ ବିରୋଧୀ ମାନେ ଆପତ୍ତି ଉଠାଇଛନ୍ତି । ବାଲିଯାତ୍ରାର ମାସକ ଆଗରୁ ପ୍ରସ୍ତୁତି ନକରି ଶେଷ ମୁହୁର୍ତ୍ତରେ ବୈଠକ ଡାକିବାର ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର ।

ମାତ୍ର ସପ୍ତାହେ ତଳେ ଯେଉଁ କାଉନସିଲ ସଭାଗୃହ ହୁଲସ୍ତୁଲ ହେଉଥିଲା । ସେଠାରେ ଆଜି ଶାନ୍ତି ବିରାଜମାନ ହେବାଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଆମେ କହୁଛନ୍ତି ସିଏମ୍‌ସି କାଉନ୍ସିଲ ବୈଠକର କଥା । ବାଲିଯାତ୍ରା ପାଇଁ ଆଜି ଏକ ବରାଦି ବୈଠକ ଡାକିଥିଲେ ମେୟର । ଯେଉଁଥିରେ ଉପସ୍ଥିତ ସମସ୍ତ କର୍ପୋରେଟର ବେଶ ଶୃଂଖଳିତ ଢଙ୍ଗରେ ଆଲୋଚନା କରିଛନ୍ତି ।

ହେଲେ ଏଭଳି ବୈଠକ ଡାକିବା ପଛର ଭିତିରି ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସଂଖ୍ୟା ଗରିଷ୍ଠତାର ଆଢୁଆଳରେ ରହି ସିଏମ୍‌ସି କର୍ତ୍ତୃପକ୍ଷ ସବୁକିଛଇ ମନଇଛା କରିଚାଲିଛନ୍ତି ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ ଆଣିଛନ୍ତି । ବିନା ଟେଣ୍ତରରେ ଏକ ଘରୋଇ ସଂସ୍ଥାକୁ କାହିଁକି ବାଲିଯାତ୍ରାର ପରିମଳ ଦେୟିତ୍ବ ଦିଆଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଥିବା ବେଳେ , ବାଲିଯାତ୍ରାର ଢେର ଆଗରୁ କାହିଁକି ପ୍ରସ୍ତୁତି ପର୍ବ ଆରମ୍ଭ ନହେଲା ବୋଲି ପ୍ରଶ୍ନ କରିବା ସହିତ ମେୟରଙଅକ ଉପରେ ଅସନ୍ତୋଷ ଢାଳିଛଇ ବିଜେପି ।

ଗତ ସପ୍ତାହରେ ହୋଇଥିବା କାଉନସିଲ୍ ବୈଠକରେ ଖୁବ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତବର୍ଷ ବାଲିଯାତ୍ରାରେ ହୋଇଥିବା ଖର୍ଚ୍ଚରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ କରିଥିଲେ ବିରୋଧୀ । ଉକ୍ତ ଗୋଟାଲାର ତଦନ୍ତ ରିପୋର୍ଟ ଗୃହରେ ପେସ କରିବାକୁ ଜିଦ୍ ଧରିବା ସହିତ ୫ ଦିନ ପର୍ଯ୍ୟନ୍ତ କାଉନ୍‌ସିଲ ହଲରେ ଧାରଣା ଦେଇଥିଲେ ବିରୋଧୀ ସଦସ୍ୟ ମାନେ । ଯାହାକୁ ଏଖ ରାଜନୈତିକ ମୁଦ୍ଦାରେ ପରିଣତ କରିଥିଲା କଂଗ୍ରେସ ।

ପରେ ଅବଶ୍ୟ ମେୟର ଏବଂ ସିଏମସି କମିଶନର ବିରୋଧୀଙ୍କ ମାନ ଭଞ୍ଜନ କରିଥିଲେ । ତେବେ ବିରୋଧୀଙ୍କ ଦାବି ମୁତାବକ ଆଜି ସ୍ୱତନ୍ତ୍ର ବୈଠକ ଡକାଯାଇଛି । ଯେଉଁଠି ଏକ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ହୋଇଥିଲେବି । ଅନେକ ପ୍ରସଙ୍ଗ ଉପରେ ବିରୋଧୀ ଆପତ୍ତି ଉଠାଇଛନ୍ତି।

ବିନା ଟେଣ୍ଡରରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ କାହିଁକି ବାଲିଯାତ୍ରା ପରିମଳ କାମ ଦିଆଗଲା ବୋଲି ପ୍ରଶ୍ନ ହୋଇଛି । ତେବେ ମେୟର କହିଛନ୍ତି । ଚଳିତ ବର୍ଷ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ସମସ୍ତ ଚେଷ୍ଟା ଚାଲିଛି । ସେହି ଅନୁସାରେ କାମ ମଧ୍ୟ ହେଉଛି । କେଉଁଠି କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ବୋଲି ମେୟର ସଫେଇ ଦେଇଛନ୍ତି ।

you can also read...

wp:embed {"url":"https://www.prameyanews7.com/tension-in-cmc-meeting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tension-in-cmc-meeting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.