oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ପଞ୍ଜାଵରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା: ମୋଦିଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିରରେ ମହାମୃତ୍ୟୁଞ୍ଜୟ ପାଠରେ ସାମିଲ ହେବେ ଯୋଗୀ

6/01/2022 at 4:04 PM

ବନାରସ ୦୬/୦୧ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସନ୍ଧ୍ୟାରେ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ମହା ମୃତ୍ୟୁଞ୍ଜୟ ପାଠରେ ସାମିଲ ହେବେ ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆୟୁଷ କାମନା କରିବେ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସନ୍ଧ୍ୟା ୪ଟା ରେ କାଶୀ ବିଶ୍ୱନାଥ ଦର୍ଶନ କରିବେ। ଦର୍ଶନ ପରେ ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳାକୁ ନେଇ ଗଣମାଧ୍ୟମ ସହ କଥା ହେବେ। ଏହା ପୂର୍ବରୁ ଯୋଗୀ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଥିଲେ। ସେ କହିଛନ୍ତି ଯେ ପଞ୍ଜାବ କଂଗ୍ରେସ ସରକାର ଦ୍ୱାରା ହୋଇଥିବା ଏହି ଭୁଲ କ୍ଷମାର ଯୋଗ୍ୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଏହି ଘଟଣାକୁ ନେଇ କଂଗ୍ରେସ ଓ ପଞ୍ଜାବ ସରକାର ଦେଶର ଜନତାଙ୍କୁ କ୍ଷମା ମାଗିବା ଉଚିତ। ସେ କହିଛନ୍ତି ଯେ ଦେଶର ଜନତା କଂଗ୍ରେସର ଏହି ଷଡଯନ୍ତ୍ରକୁ ବି ସଫଳ ହେବାକୁ ଦେବନାହିଁ। କଂଗ୍ରେସ ଦେଶର ସାମ୍ବିଧାନିକ ସଂସ୍ଥାର ଅବମାନନା କରିଚାଲିଛି। ଏହାର ଆଉ ଏକ ଉଦାହରଣ ଦେଶ ଦେଖିଚି। ଆମ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଯେଉଁଭଳି ଗମ୍ଭୀର ଭୁଲ ହୋଇଛି ତାହା କ୍ଷମାର ଯୋଗ୍ୟ ନୁହେଁ। ଏହା ପଞ୍ଜାବ ସରକାର ଓ କଂଗ୍ରେସର ମନୋବୃତି ପ୍ରଦର୍ଶିତ କରୁଛି ବୋଲି ସେ କହିଛନ୍ତି।

   Related Posts