ହାଥରସ କେସ୍: ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କହିଲେ-ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ
2/10/2020 at 4:53 PM

ଲକ୍ଷ୍ନୌ ୦୨।୧୦: ହାଥରସରେ ଗଣଦୁଷ୍କମର ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଅସନ୍ତୋଷର ନିଆଁ ଜଳୁଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ନାକାବନ୍ଦୀ କରିଥିବା ବେଳେ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଇଛି। କାହାରିକୁ ମଧ୍ୟ ଗାଁରୁ ବାହାରକୁ ଏବଂ ବାହାରୁ ଗାଁକୁ ଛଡା ଯାଉନାହିଁ। ହେଉଥିବା ଜୋରଦାର ବିରୋଧ ପ୍ରଦର୍ଶନ ଏବଂ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ନିରବତା ଭାଙ୍ଗି ମାମଲାକୁ ନେଇ ବଡ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି, ମା-ଭଉଣୀଙ୍କ ସୁରକ୍ଷା ଓ ସମ୍ମାନ ସର୍ବୋପରି। ଏହି ଘଟଣାରେ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ସୃଷ୍ଟି କରିବ। ପ୍ରତ୍ୟେକ ମା ଓ ଭଉଣୀଙ୍କ ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ। ଏହା ଆମର ସଂକଳ୍ପ ଏବଂ ଏହା ହିଁ ବଚନ।
उत्तर प्रदेश में माताओं-बहनों के सम्मान-स्वाभिमान को क्षति पहुंचाने का विचार मात्र रखने वालों का समूल नाश सुनिश्चित है।
— Yogi Adityanath (@myogiadityanath) October 2, 2020
इन्हें ऐसा दंड मिलेगा जो भविष्य में उदाहरण प्रस्तुत करेगा।
आपकी @UPGovt प्रत्येक माता-बहन की सुरक्षा व विकास हेतु संकल्पबद्ध है।
यह हमारा संकल्प है-वचन है।
ପୋଲିସ ହାଥରସ ପୀଡିତାଙ୍କ ଗାଁକୁ ପୂରା ପୋଲିସ ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ ପ୍ରବେଶ ଅନୁମତି ମିଳୁଛି। ପ୍ରଶାସନର ଏହି ଆଭିମୁଖ୍ୟରେ ଲୋକେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମ ଗାଁରେ ଆମକୁ ଅପରାଧୀଙ୍କ ପରି ବ୍ୟବହାର କରାଯାଉଛି।
ଏହି ଘଟଣାରେ ହାଥରସ ଜିଲ୍ଲାପାଳଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଜିଲ୍ଲାପାଳ ପୀଡିତାଙ୍କ ପରିବାରକୁ କହୁଛନ୍ତି ଯେ ମିଡିଆ ଆଜି ଏଠାରେ ଅଛି, କାଲି ନଥିବେ। ଆପଣ ସରକାରଙ୍କ କଥା ମାନି ନିଅନ୍ତୁ। ଏହି ଭିଡିଓ ଭାଇରାଲ ହେବା ପରେ ପରିବାରର କୌଣସି ସଦସ୍ୟଙ୍କୁ ମଧ୍ୟ ବାହାରକୁ ଯିବାକୁ ଦିଆଯାଉ ନାହିଁ। ପୀଡିତାଙ୍କ ବାପା ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଏବେ ଆଉ ୟୁପି ପୋଲିସ ଉପରେ ଆମର ଭରସା ନାହିଁ। ଆମକୁ ମିଡିଆ ସହ ଭେଟିବାକୁ ଦିଆଯାଉନାହିଁ। ଘରୁ ବାହାରବାକୁ ଚେଷ୍ଟା କଲେ ୧୦ ପ୍ରକାରର ପ୍ରଶ୍ନ କରାଯାଉଛି।