oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

CM ଯୋଗୀଙ୍କ ବଡ଼ ଘୋଷଣା, କହିଲେ ଲଢ଼ିବେ ବିଧାନସଭା ନିର୍ବାଚନ, ଜାଣନ୍ତୁ ଅଯୋଧ୍ୟାକୁ ନେଇ ବିଜେପିର ଗେମପ୍ଲାନ୍ କ’ଣ ?

2/01/2022 at 3:40 PM

ଲକ୍ଷ୍ନୌ ୨।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି। ସେ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ଘୋଷଣାକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, କାରଣ ଗତ ୩ ଜଣ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ିନଥିଲେ। ୨୦୦୭ରେ ମାୟାବତୀ ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୧୨ରେ ଅଖିଳେଶ ମଧ୍ୟ ସେହିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ ନିର୍ବାଚନରେ ଯଦିଓ ଯୋଗୀ ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ଦଳକୁ ବିଜୟୀ କରି ଆଣିଥିଲେ ତଥାପି ବିଧାନପରିଷଦ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ତେବେ ଏଥର ଯୋଗୀ ସିଧାଶଳଖ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ  ସେ ହୁଏତ ଗୋରଖପୁର ଅଥବା ଅଯୋଧ୍ୟାରୁ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଏବେ ଆକଳନ କରାଯାଉଛି। ଆଲୋଚନାର କେନ୍ଦ୍ରରେ ମଥୁରା ମଧ୍ୟ ରହିଛି। ତେବେ ସେ କେଉଁ ଆସନରୁ ପ୍ରାର୍ଥୀ ହେବାକୁ ପସନ୍ଦ କରିବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ ସେ ରାଜ୍ୟର ସମସ୍ତ ୪୦୩ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କହିଛନ୍ତି।  ହେଲେ ଦଳ ଯେଉଁଠୁ ତାଙ୍କୁ ପ୍ରାର୍ଥୀ କରିବ ସେହି ଆସନରୁ  ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୩୦୦ରୁ ଅଧିକ ଆସନରୁ ଜିତିବ ବୋଲି ଯୋଗୀ ଦୃଢୋକ୍ତି କରିଛନ୍ତି। ପୂର୍ବ ୟୁପିକୁ ଯୋଗୀଙ୍କ ଗଡ଼ ବୋଲି କୁହାଯାଏ। ସେ ୫ ଥର ଗୋରଖପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ନିର୍ବାଚିତ ହୋଇଥିବାର ରେକର୍ଡ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସ ବିକାଶ ସହିତ ରାଜ୍ୟର ପୂର୍ବାଞ୍ଚଳକୁ ହାତେଇବାକୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଣୁ ଅବଧ କ୍ଷେତ୍ରକୁ ହାତେଇବା ଲାଗି ଦଳ ହୁଏତ ଯୋଗୀଙ୍କୁ ଆଗକୁ କରିପାରେ ବୋଲି ଏବେ ବିଚାର କରାଯାଉଛି। 

ରାଜ୍ୟର ଅବଧ କ୍ଷେତ୍ରରେ ୧୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଯଦି ବିଜେପି ପୂର୍ବ ୟୁପି ସମେତ ଅବଧ କ୍ଷେତ୍ରକୁ ହାତେଇ ନିଏ ତେବେ ପୁଣି ରାଜ୍ୟରେ ସରକାର ଗଢିବାରେ ଦଳକୁ ଅସୁବିଧା ହେବ ନାହିଁ। କୃଷି ଆଇନକୁ ନେଇ କୃଷକ ଅସନ୍ତୋଷରେ ଏବେ ପଶ୍ଚିମ ଉତ୍ତରପ୍ରଦେଶ ବିଜେପି ସମର୍ଥନରେ ଆସି ନପାରେ। ଏଥିରେ ଅବଧରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରାର୍ଥୀତ୍ୱ ପୂର୍ବ ଉତ୍ତରପ୍ରଦେଶ ଓ ଅବଧକୁ ନେଇ ରାଜ୍ୟରେ ସରକାର ଗଢିବାରେ ବିଜେପିକୁ ସହଯୋଗ କରିପାରେ।

ସି ଭୋଟର ସର୍ଭେ ଅନୁସାରେ ଅବଧ କ୍ଷେତ୍ରରେ ବିଜେପିର ସର୍ବାଧିକ ୪୩ ପ୍ରତିଶତ ଭୋଟ ରହିଛି। ଏହି କ୍ଷେତ୍ରରେ ସମାଜବାଦୀ ପାର୍ଟିର ୩୧ ପ୍ରତିଶତ ଭୋଟ ଥିବା ବେଳେ ବସପାର ୧୦ ଓ କଂଗ୍ରେସର ୮ ପ୍ରତିଶତ ଭୋଟ ରହିଛି। ଏଥିରେ ଯଦି ଯୋଗୀଙ୍କୁ ଏହି କ୍ଷେତ୍ରର କୌଣସି ନିର୍ବାଚନ ମଣ୍ଡଳୀରୁ ଦଳ ପ୍ରାର୍ଥୀ କରେ ତେବେର ଭୋଟ ସେୟାରିଂ ଆହୁରି ଅଧିକ ହେବା ସହ ସରକାର ଗଢିବା ଲାଗି ଯେତିକି ଆସନ ଦରକାର ସେତିକି ହାତେଇ ନେଇପାରେ। ଅଯୋଧ୍ୟାରୁ ବିଜେପି ପୁରା ପ୍ରଦେଶକୁ ହିନ୍ଦୁତ୍ୱର ବାର୍ତ୍ତା ଦେଇପାରେ। ଏଥିରେ ସିଏମ ଯୋଗୀଙ୍କ ଭଳି ହିନ୍ଦୁ ଆଇକନ ଦଳକୁ ନିଶ୍ଚିତ ଲାବବାନ କରିବ ବୋଲି କୁହାଯାଉଛି।   

   Related Posts