Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନୂପୁରଙ୍କ ବିବାଦୀୟ ବୟାନ ପରେ ହିଂସା; ୧୩୬ ଜଣ ଉପଦ୍ରବୀଙ୍କ ଗିରଫ କଲା ୟୁପି ପୁଲିସ୍

10/06/2022 at 9:31 PM

ଲକ୍ଷ୍ନୌ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଆଜି ଦେଶବ୍ୟାପୀ ହିଂସା ଦେଖିବାକୁ ମିଳିଛି। ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉତ୍ତର ପ୍ରଦେଶର ୬ଟି ସହରରେ ନାରାବାଜୀ ହେବା ସହ ଟେକାପଥର ମାଡ଼ ହୋଇଛି। ବିକ୍ଷୋଭକାରୀମାନେ ହିଂସାର ପଥ ଆପଣାଇଛନ୍ତି।

ଏହି ମାମଲାରେ କଠୋର ହୋଇଛନ୍ତି ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଏହି ମାମଲାରେ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ ଉପଦ୍ରବୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏପର୍ଯ୍ୟନ୍ତ ମାମଲାରେ ୧୩୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

ଗିରଫମାନଙ୍କ ମଧ୍ୟରୁ ସାହାରନପୁର ୪୫, ପ୍ରୟାଗରାଜରୁ ୩୭, ହାଥରସ ୨୦, ମୁରାଦାବରୁ ୭, ଫିରୋଜାବାଦ ୪ ଓ ଆମ୍ବେଦକର ନଗର ୨୩ ଜଣ ଗିରଫ ହୋଇଛନ୍ତି। ତେବେ ପ୍ରୟାଗରାଜରେ ସବୁଠାରୁ ଉତ୍‌ପାତ କରିଛନ୍ତି ଉପଦ୍ରବୀ। ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଥିବା ଶୁଣିବାକୁ ମିଳୁଛି।

   Related Posts