କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ ‘ଧାରା ୩୭୦ ଯୋଗୁଁ ସହିବାକୁ ପଡ଼ିଲା ଆତଙ୍କବାଦର ଦଂଶନ’

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ, ୦୭/୧୧: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ। ସୋମବାର ହିମାଚଳପ୍ରଦେଶରେ ଏକ ନିର୍ବାଚନୀ ଜନସଭାକୁ ଉଦବୋଧନ ଦେବା ସମୟରେ କଂଗ୍ରେସକୁ ଟାର୍ଗେଟ କରି ଯୋଗୀ କହିଛନ୍ତି ଯେ, କଂଗ୍ରେସ ଆତଙ୍କବାଦର ମୂଳ ଉତ୍ପନ୍ନ କରିବାପାଇଁ ଦେଶରେ ଧାରା ୩୭୦ ଲଗାଇଥିଲା। ଜାଣିଶୁଣି ଜମ୍ମୁ-କାଶ୍ମୀରରେ ଲଗାଯାଇଥିବା ଧାରା ୩୭୦ ଯୋଗୁଁ ଦେଶକୁ ଆତଙ୍କବାଦର ଦଂଶନ ସହିବାକୁ ପଡ଼ିଲା।

ହିମାଚଳ ପ୍ରଦେଶର ଉନାରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ସମୟରେ ୟୁପି ସିଏମ ଯୋଗୀ କହିଛନ୍ତି ଯେ, ପିଏମ ନରେନ୍ଦ୍ର ମୋଦୀଙ୍କୁ ଯେମିତି ଅବସର ମିଳିଲା ସେ ଧାରା ୩୭୦କୁ ଜମ୍ମୁ-କଶ୍ମୀରରୁ ହଟାଇଦେଲେ। ଏବେ ଜମ୍ମୁ-କଶ୍ମୀର ମଧ୍ୟ ଦେଶର ଅନ୍ୟ ରାଜ୍ୟ ଭଳି। ଏବେ ହିମାଚଳ ପ୍ରଦେଶ ସହ ଅନ୍ୟ ପ୍ରଦେଶର ଲୋକେ ଜମ୍ମୁ-କଶ୍ମୀର ଯାଇ ଜାଗା କିଣିପାରିବେ, ଘର ତିଆରି କରିପାରିବେ।

କଂଗ୍ରେସକୁ ଟାର୍ଗେଟ କରି ସେ କହିଥିଲେ ଯେ, କଂଗ୍ରେସ ନିଜ ସ୍ବାର୍ଥ ପାଇଁ ଧାରା ୩୭୦କୁ ହଟାଇ ନଥିଲା ଏବଂ କେବଳ ଭୋଟ୍ ବ୍ୟାଙ୍କ୍ ରାଜନୀତି କରିଚାଲିଥିଲା।  କଂଗ୍ରେସ ଦେଶର ଅନ୍ତରୀଣ ସୁରକ୍ଷା କରିପାରିବ ନାହିଁ କି ଦେଶବାସୀଙ୍କ ପାଇଁ କଲ୍ୟାଣକାରୀ ଯୋଜନା କରିପାରିବ। ଖାଲି ସେତିକି ନୁହେଁ, ଯୋଗୀ ଏହି ଜନସଭାରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଯୋଗୀ କହିଥିଲେ ଯେ, ଦେଶରେ ଯେତେବେଳେବି କୌଣସି ସଙ୍କଟ ଆସେ, ଦୁଇ ଭାଇ-ଭଉଣୀ ବିଦେଶ ଚାଲିଯାଆନ୍ତି। ସେ କହିଥିଲେ ଯେ କରୋନା ସମୟରେ ମଧ୍ୟ ଦୁଇ ଭାଇ-ଭଉଣୀ ଏମିତି କରିଥିଲେ। ଯୋଗୀ ପୁଣି ଥରେ ଅଯୋଧ୍ୟା ରାମ ମନ୍ଦିର ମଧ୍ୟ କାର୍ଡ ଖେଳିଛନ୍ତି । ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାଜପା ଶାସନକାଳରେ ହିଁ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.