କାଲଭୈରବ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ: ୧୦୮ ନାମ ଜପ ସହ କଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଦୂର ହେବ ସବୁ ବାଧା

Published By : Prameya-News7 Bureau | October 07, 2021 IST

ବାରାଣାସୀ ୦୭/୧୦ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ବାରାଣାସୀ ଗସ୍ତରେ ଯାଇଛନ୍ତି। ବୁଧବାର ଦିନ ଯୋଗୀ ବାରାଣାସୀରେ ପହଞ୍ଚି ସନ୍ଧ୍ୟାରେ ଅଧିକାରୀଙ୍କ ସହ ବିକାଶ ଯୋଜନା ଓ ଆଇନ ବ୍ୟବସ୍ଥାକୁ ନେଇ ମାରାଥନ ବୈଠକ କରିଥିଲେ। ବୈଠକ ପରେ ବାବା ବିଶ୍ୱନାଥ ଓ କାଲଭୈରବ ଦର୍ଶନ କରିଥିଲେ। କାଲଭୈରବ ମନ୍ଦିରରେ ସେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ପୂଜା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୦୮ ନାମ ଜପ କରାଯାଇଥିଲା। ମନ୍ଦିରରେ ସେ ପ୍ରାୟ ୧୫ ମିନିଟ ପୂଜା କରିଥିଲେ। ବିଧି ବିଧାନ ଅନୁଯାୟୀ ସେ କାଲଭୈରବଙ୍କୁ ଦର୍ଶନ, ପୂଜା ଓ ଆଳତୀ କରିଥିଲେ।

ମନ୍ଦିର ମୁଖ୍ୟ ପୂଜାରୀ ସୁମିତ ମହାରାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ କାଲଭୈରବଙ୍କ ଉପରେ ବିଶେଷ ବିଶ୍ୱାସ ରଖନ୍ତି। ସେ ଯେବେ ବି ମନ୍ଦିର ଆସନ୍ତି ତାଙ୍କର ସ୍ୱତନ୍ତ୍ର ପୂଜା କରାଯାଏ। ଏଥର ସେ ଭୈରବଙ୍କ ୧୦୮ ନାମ ଜପ ସହ ଆରାଧନା କରିଛନ୍ତି। ଶାସ୍ତ୍ରରେ ଭୈରବଙ୍କ ୧୦୮ ନାମ ଜପର ବିଶେଷ ମହତ୍ତ୍ୱ ରହିଛି।

ଭୈରବଙ୍କ ୧୦୮ ନାମ ଜପ ଦ୍ୱାରା ସବୁ ପ୍ରକାର ସଙ୍କଟ, ବାଧା-ବିଘ୍ନ ଓ ଶତ୍ରୁ ଦୂର ହୋଇଥାନ୍ତି। ଏହାସହ ସମସ୍ୟା ସମାଧାନ ମଧ୍ୟ ହୋଇଥାଏ। ବାଧାରୁ ମୁକ୍ତି ମିଳିବା ସହ ବାବାଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ପୂଜାରୀ କହିଛନ୍ତି, ନବରାତ୍ରିର ଦିନେ ପୂର୍ବରୁ ଭୈରବଙ୍କ ନାମ ଜପ ଦ୍ୱାରା ଯୋଗୀଙ୍କ ଉପରେ ବାବାଙ୍କ ବିଶେଷ କୃପା ରହିବ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଏହାର ଫାଇଦା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.