କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଅନୁରୋଧ

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬।୧୧ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । କେନ୍ଦ୍ରୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । କେନ୍ଦୁପତ୍ର ଉପରେ ଲାଗିଛି ୧୮ ପ୍ରତିଶତ ଜିଏସ୍‌ଟି । ଯାହା ଦ୍ୱାର ପ୍ରଭାବିତ ହେଉଛନ୍ତି ତୋଳାଳି ।

ଖବର ଅନୁଯାୟୀ, କିଛି ଦିନ ତଳେ ହୋଇଥିବା ଜିଏସ୍‌ଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦ କରାଯାଇଥିଲା । ଖାସ୍‌ କରି କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହିକ୍ରମରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ କେନ୍ଦୁପତ୍ରରେ ଉପରେ ଲାଗିଥିବା ୧୮ ପ୍ରତିଶତ ଜିଏସ୍‌ଟିକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି । ଯାହାଦ୍ୱାର ଅନେକ କେନ୍ଦୁପତ୍ର ତୋଳାଳି ଲାଭବାନ ହେବେ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.