ଗୁରୁବାର ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

Published By : Prameya-News7 Bureau | December 21, 2022 IST

ବାଲେଶ୍ୱର ୨୧/୧୨: ଗୁରୁବାର ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଆସି ବାଲେଶ୍ୱର ପୋଲିସ ପଡିଆରେ ଅବତରଣ କରିବେ ।

ସହର ମଧ୍ୟରେ କରାଯାଇଥିବା ଏକ ଫ୍ଲାଏ ଓଭର ବ୍ରିଜ୍ ଉଦଘାଟନ କରିବା ସହ ୧୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମନ୍ତ୍ରୀ ପ୍ରତାପ ଦେବ ଦୁଇ ଦିନ ହେଲା ଆସି ଏଥିପାଇଁ ପ୍ରସ୍ତୁତି କରୁଛନ୍ତି । ପୋଲିସ ପଡିଆରେ ବାଲେଶ୍ୱର ବାସୀଙ୍କୁ ମଖ୍ୟମନ୍ତ୍ରୀ ଉଦବୋଧନ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.