ଗୁରୁବାର ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ହକି ଷ୍ଟାଡ଼ିୟମର କରିବେ ଲୋକାର୍ପଣ

Published By : Prameya-News7 Bureau | January 04, 2023 IST

ରାଉରକେଲା ୦୪/୦୧: ପ୍ରତୀକ୍ଷାର ଅନ୍ତ ଘଟିବ ଆଉ ମାତ୍ର କିଛି ଘଣ୍ଟା ପରେ । ଦେଶର ବୃହତମ ହକି ଷ୍ଟାଡ଼ିୟମ ଆସନ୍ତାକାଲି ହେବ ଲୋକାର୍ପଣ । ରାଉରକେଲା ବିପିୟୁଟି ପରିସରରେ ନିର୍ମାଣ ସରିଥିବା ଦେଶର ବୃହତମ ହକି ଷ୍ଠାଡ଼ିୟମକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଦିନିକିଆ ଗସ୍ତରେ ରାଉରକେଲା ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିର୍ସା ମୁଣ୍ଡା ହକି ଷ୍ଠାଡ଼ିୟମ, ରାଉରକେଲା ସହରରେ ଲାଗିଥିବା ଟ୍ରାଫିକ ସିଗନାଲ, ସିସି କ୍ୟାମେରା ଉଦଘାଟନ କରିବା ସହ ମୋ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ବିଭାଗର ଉନ୍ନୟନ ଯୋଜନାର ଭିତ୍ତି ପ୍ରସ୍ତର ଦେବା ସହ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇସାରିଛି ରାଉରକେଲା ସହର ।

ଦେଶର ବୃହତ୍ତମ ହକି ଷ୍ଟାଡ଼ିୟମର ଲୋକାର୍ପଣ ଉତ୍ସବରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ବିଧାୟିକା ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ସହ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ୱକପ୍ ଯାହାକୁ ନେଇ ଚଳଚଂଚଳ ରାଉରକେଲା ସହର । ସୁରକ୍ଷା ଦୃଷ୍ଟିରୁ ତ୍ରୀସ୍ତରୀୟ ସୁରକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ସାଧା ପୋଷାକ ଧାରୀ ଗୁଇନ୍ଦା ଅଧିକାରୀ ବିଭିନ୍ନ ଛକ ଗହଳି ପୂର୍ଣ୍ଣ ସ୍ଥାନରେ ପଇଁତରା ମାରିବେ । ସହରକୁ ଜଗି ରହିବେ ସୁରକ୍ଷା କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.