ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ଉପନିର୍ବାଚନ ପରେ ଏହା ପ୍ରଥମ ଗସ୍ତ
18/02/2023 at 2:58 PM

Image Courtesy : file
ଭୁବନେଶ୍ୱର/ବରଗଡ଼ ୧୮।୦୨ : ରବିବାର ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଶେଷ ପର୍ଯ୍ୟାୟରେ ଚୂଡାନ୍ତ କାର୍ଯ୍ୟକ୍ରମ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଲ ଓ ଝାରବନ୍ଧରେ ତିନୋଟି ସଭାରେ ଲୋକଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଦ୍ମପୁର ଆର.ବି. ହାଇସ୍କୁଲ ପଡିଆ, ପାଇକମାଲ ହାଇସ୍କୁଲ ପଡିଆ ଓ ଝାରବନ୍ଦ ଶକ୍ତି ଛକ ନିକଟ ପଡିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପଦପୁର ଉପ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ।