ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Published By : Prameya-News7 Bureau | May 24, 2024 IST

ରାଇରଙ୍ଗପୁର ୨୪/୦୫: ଦିନକିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପ୍ରଚାର ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ ମିନିଟରେ ରାଇରଙ୍ଗପୁର କନ୍ୟାଶ୍ରମ ଖେଳ ପଡିଆରେ ଅବତରଣ କରିବେ।

ସେଠାରୁ ପ୍ରଥମେ ଦାଣ୍ଡବୋଷ ଗ୍ରାମ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ କନ୍ୟାଶ୍ରମ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି କର୍ମୀଙ୍କୁ ସମ୍ବୋଧନ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀ ମହଲ ବେଶ ଉତ୍ସାହିତ ରହିଥିବା ବେଳେ ପଚାଶ ହଜାରୁ ସତୁରି ହଜାର ସମର୍ଥକଙ୍କ ସମାବେଶ ହବାର ଆଶା କରାଯାଉଛି । ସଭା ସ୍ଥଳରେ ୨୦ ହଜାର ଲୋକଙ୍କ ବସିବା ପାଇଁ ଚୌକିର ବ୍ୟବସ୍ଥା କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.