Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ କରିବେ ଉଦ୍‌ଘାଟନ

10/03/2023 at 9:47 AM

ରାଉରକେଲା ୧୦/୦୩: ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ଟା ୨୦ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ ।

ମୁଖ୍ୟମନ୍ତ୍ରୀ ବିର୍ସା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ ଉଦ୍‌ଘାଟନ କରିବା ସହ ହକି ଟ୍ରେନିଂ ସେଣ୍ଟର ଓ ଜିଲ୍ଲା ସ୍ପୋର୍ଟ୍ସ କମ୍ପେ୍ଲକ୍ସକୁ ମଧ୍ୟ ଉଦ୍‌ଘାଟନ କରିବେ । ଏହା ସହ ୯ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି ।
ପରେ ମୁଖ୍ୟମନ୍ତ୍ରୀ ସେଠାରୁ ବାହାରି ସନ୍ଧ୍ୟା ୫ଟା ୫୦ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୱାର୍ଲ୍ଡ କପ୍‌ ଭିଲେଜରେ ପହଞ୍ଚିବେ ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ । ତାଙ୍କ ସହ ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୩୫ ପ୍ଲାଟୁନ୍‌ ପୁଲିସ୍‌ ବାହିନୀ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି ।

   Related Posts