ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ବୈଠକରେ ଯୋଗଦେବେ
5/12/2022 at 8:11 AM

ଭୁବନେଶ୍ୱର ୦୫।୧୨: ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ବୈଠକ ରାଷ୍ଟ୍ରପତି ଭବନରେ ହେବ। ଦେଶର ସବୁ ଦଳର ମୁଖ୍ୟ ଏହି ବୈଠକ ରେ ଯୋଗ ଦେବେ ।
ଦେଶର ସବୁ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ଦ୍ଵାରା ଡକାଯାଇଥିବା ଏହି ବୈଠକରେ ଯୋଗଦେବେ । ବିଜେପି ସଭାପତି ଜେପି ନାଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗ, ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ସଭାପତି ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ତେଲୁଗୁ ଦେଶମ ଦଳର ସଭାପତି ଚନ୍ଦ୍ରବାବୁ ନାଇଡୁ ଏବଂ ବିଜୁ ଜନତା ଦଳର ମୁଖ୍ୟ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ସଭାରେ ଯୋଗଦେବେ ।