ବିଦ୍ରୋହୀ ମନ୍ତ୍ରୀଙ୍କ ଉପରେ ସିଏମ ଉଦ୍ଧାର ଠାକରେଙ୍କ ଆକ୍ସନ, ଛଡାଇନେଲେ ମନ୍ତ୍ରଣାଳୟ

Published By : Prameya-News7 Bureau | June 27, 2022 IST

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏକାନଥ ସିନ୍ଦେଙ୍କ ସହ ଅନ୍ୟ ୮ ଜଣ ବିଦ୍ରୋହୀ ମନ୍ତ୍ରୀଙ୍କ ଠାରୁ ସେମାନଙ୍କ ବିଭାଗ ଛଡାଇ ନେଇଛନ୍ତି । ଏହାସହ ମହା ବିକାଶ ଅଘାଡି ସରକାରର ଅନ୍ୟ ମନ୍ତ୍ରୀଙ୍କୁ ଏହି ସବୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ସିଏମ ଉଦ୍ଧବ ଠାକରେ ଜନହିତ ଦୃଷ୍ଟିରୁ ବିଭାଗ ଗୁଡିକର ପରିବର୍ତ୍ତନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମହାବିକାଶ ଅଘାଡି ସରକାରରେ ଶିବସେନାର ୯ ମନ୍ତ୍ରୀ ବିଦ୍ରୋହୀ ହୋଇ ଏକନାଥ ସିନ୍ଦେଙ୍କ ସହ ଗୌହାଟୀରେ ଅଛନ୍ତି। ଏହାପରେ ଉଦ୍ଧବ ଠାକରେ କ୍ୟାବିନେଟରେ ଶିବସେନାର କେବଳ ୩ ଜଣ ମନ୍ତ୍ରୀ ଅଛନ୍ତି । ଏଥିରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ଅଛନ୍ତି । ଅନ୍ୟ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ସୁଭାଷ ଦେସାଇ ଏବଂ ଅନୀଲ ପରବ ଅଛନ୍ତି ।

wp:html /wp:html

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ସୁଭାଷ ଦେସାଇଙ୍କୁ ଦେଇଛନ୍ତି। ସେହିପରି ଉଦୟ ସମାନ୍ତଙ୍କ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱ ଆଦିତ୍ୟ ଠାକରେଙ୍କୁ ଦିଆଯାଇଛି । ଦାଦାଜୀ ଭୁସେଙ୍କ ଠାରୁ କୃଷି ବିଭାଗକୁ ଛଡାଇ ଶଙ୍କର ୟଶୱନ୍ତରାଓ ଗଡଖକୁ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.