ମୁଖ୍ୟମନ୍ତ୍ରୀ ଫଟେ। ଟୁଇଟକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | November 25, 2019 IST

ଭୁବନେଶ୍ୱର ୨୫।୧୧ - ମୁଖ୍ୟମନ୍ତ୍ରୀ ଫଟେ। ଟୁଇଟକୁ ନେଇ ଚର୍ଚ୍ଚା । ଗତ କାଲି ସେ।ସିଆଲ ମିଡିଆରେ ଏକ ଆକର୍ଷଣୀୟ ଫଟେ। ପେ।ଷ୍ଟ କରି ଏହାର ଅବସ୍ଥିତି ସମ୍ପର୍କରେ ପଚାରିଥିଲେ ମୁଖ୍ୟମନ୍ତ୍ରୀ ।ଆଉ କିଛି ସମୟ ଭିତରେ ନିଜ ବି ଏହାର ଉତ୍ତର ରଖିଥିଲେ । ତେବେ ଆଜି ସେହି ସ୍ଥାନରେ ପହଞ୍ଚିଥିଲା ନ୍ୟୁଜ୍ ସେଭନ୍ ।ଚାଲନ୍ତୁ ଜାଣିବା କେଉଁଠି ଅଛି ସେଇ ସ୍ଥାନ ।

ସର୍ପିଳପିଚୁ ରାସ୍ତା। ରାସ୍ତାର ଗେ।ଟେ ପଟେ ବହିଯାଇଛି ଅଙ୍କାବଙ୍କା ନଈ ।ଆଉ ଅନ୍ୟ ପାର୍ଶ୍ବରେ ସବୁଜିମାରେ ଭରା ପାହାଡ। ସୂର୍ଯ୍ୟଙ୍କ ସକାଳର ପହିଲି କିରଣ ସାଙ୍ଗକୁ ନୀଳ ଆକାଶରେ ମନେ।ରମ ପରିବେଶ। ଏ ହେଉଛି ସେହି ଜାଗା । ଯାହାକୁ ଗତ କାଲି ସେ।ସିଆଲ ମିଡିଆରେ ଟୁଇଟ୍ କରି ଓଡିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଶ୍ନ ମଧ୍ୟ ପଚାରିଥିଲେ ।ସମସ୍ତଙ୍କ ପାଇଁ ପ୍ରଶ୍ନ ରଖିଥିଲେ  ସ୍ଥାନଟି କେଉଁଠି ବେ।ଲି । ଆଉ ପରେ ମଧ୍ୟ ନିଜେ ଉତ୍ତର ଦେଇଥିଲେ । ଗତକାଲି ଟୁଇଟ୍ ପରେ ଆଜି ସକାଳୁ ସେହି ଆକର୍ଷଣୀ ସ୍ଥାନରେ ପହଞ୍ଚିଥିଲା ନ୍ୟୁଜ୍ ସେଭେନ୍ ଟିମ୍ । ଦେଖନ୍ତୁ ଏ ହେଉଛି ସେହି ସ୍ଥାନର ମନେ।ରମ ଦୃଶ୍ୟ ।ଜୟପୁରଠାରୁ ୪୫ କିଲୋମିଟର ଦୂର ମାଲକାନଗିରି ଜିଲ୍ଲା ଆରମ୍ଭରେ ଗୋବିନ୍ଦପାଲ୍ଲୀ ନିକଟରେ ରହିଛି ସପ୍ତଧାରା ପର୍ଯ୍ୟଟନ ସ୍ଥଳୀ । ତେବେ ମୁଖ୍ୟମନ୍ତ୍ରୀ ଏହି ସ୍ଥାନର ଫୋଟ ପୋଷ୍ଟ କରିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଖୁସି କହିଲେ ନ ସରେ।

ଜୟପୁର-ମାଲକାନଗିରି ରାସ୍ତାର ପ୍ରମୁଖ ସ୍ଥାନରେ ଅବସ୍ଥିତ ସପ୍ତଧାରା ।ରାସ୍ତା କଡରେ ବୋହୁଥିବା ସପ୍ତଧାରା ନଦୀ ନିକଟସ୍ଥ ବାଙ୍କୁଲି ପାହାଡରୁ ବାହାରି କୋଲାବରେ ମିଶିଛି।ବାଙ୍କୁଲିରୁ ସାତଟି ଝରଣା ବାହାରି ଏହି ନଦୀର ସୃଷ୍ଟି ହେ।ିଥିବାରୁ ଏହା ସପ୍ତଧାରା ଭାବେ ଜଣାଶୁଣା।ରାସ୍ତା କଡର ଏକ ପ୍ରମୁଖ ସ୍ଥାନରେ ଏହା ଅବସ୍ଥିତ ହୋଇଥିବାରୁ ଶୀତ ଦିନେ ଏଠାରେ ପିକନିକ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ।କିନ୍ତୁ ଭିତ୍ତିଭୂମିର ଅଭାବରୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନି ସପ୍ତଧାରା । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ପୋଷ୍ଟ ପରେ ସପ୍ତଧାରା ସମେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ କରିବାକୁ ଦାବି ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.