ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ, କହିଲେ ବିଜେଡି ପାଇଁ ଲୋକଙ୍କ ସେବା ପ୍ରଥମ ଲକ୍ଷ୍ୟ

30/09/2022 at 11:01 AM

ଭୁବନେଶ୍ୱର ୩୦/୦୯: ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନ୍ତ୍ର । ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ସ୍ଵାଗତ କରୁଛି । ବିଜେଡ଼ି ଏକ ଆଞ୍ଚଳିକ ଦଳ । ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚଳିବୁ ।

ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ରହି ଆସିଛି ଦଳ । ପଞ୍ଚାୟତ ଓ ପୋର୍ ନିର୍ବାଚନ ସରିଗଲା । ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର । ବିଜେଡି ପଞ୍ଚାୟତ, ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଆପଣେଇଛି ।

ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆସୁଛନ୍ତି । ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ । ରାଜନୀତି ଏକ ମାଧ୍ୟମ ମାତ୍ର । ସମସ୍ତେ ମନେ ରଖିବା ଆବଶ୍ୟକ । ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ସେମାନଙ୍କ ଆଶୀର୍ବାଦକୁ ସାଥିରେ ନେଇ ଦଳ ସବୁ କାମ କରୁଛି । ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ । ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ ।

   Related Posts