ଭିଡିଓ କଲରେ ରୂପାନ୍ତରଣ କାର୍ଯ୍ୟ ବୁଝିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସମସ୍ୟା

Published By : Prameya-News7 Bureau | April 16, 2024 IST

ଭୁବନେଶ୍ୱର ୧୬/୦୪: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଭଏସ୍ କଲ୍ କରି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ନେଉଥିଲେ। ଆଉ ଏବେ ଭିଡ଼ିଓ କଲ୍ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ ।

ଭଏସ କଲ ପରେ ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ନବୀନ। 


ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଲେ । ଉନ୍ନତିମୂଳକ କାମ କେତେବାଟ ପହଞ୍ଚିଲା ସେନେଇ ହିସାବ ନେଲେ ମୁଖ୍ୟମନ୍ତ୍ରୀ। ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଲେ ନବୀନ। 

ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଲେ ମୁଖ୍ୟମନ୍ତ୍ରୀ । ସେହିପରି ପୁରୀ, ସମ୍ବଲପୁର,ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି । ଗତ କିଛି ଦିନ ତଳେ ଭଏସ କଲ୍‌ରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ନବୀନ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.