ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, କହିଲେ ଗଣତନ୍ତ୍ରରେ ସମ୍ୱାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ

Published By : Prameya-News7 Bureau | August 08, 2022 IST

ଭୁବନେଶ୍ୱର ୦୮/୦୮: ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଓ ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ । ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀ ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ । ଏହି ଖୁସି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ, ପ୍ରଜାତନ୍ତ୍ର ପରିବାରକୁ ମୋର ଅଭିନନ୍ଦନ ଜଣାଉଛି ।

ଖୁସିର କଥା, ଏହି କାର୍ଯ୍ୟକ୍ରମରେ ଆଜି ଆମ ସହିତ ଯୋଗ ଦେଇଛନ୍ତି ଶ୍ରୀ ଅମିତ ଶାହା । ମୁଁ ତାଙ୍କୁ ଓଡିଶାକୁ ସ୍ବାଗତ କରୁଛି । କୌଣସି ଭୟ କିମ୍ବା ଅନୁଗ୍ରହ ବିନା ମିଡିଆ ତାର କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଆଶା କରାଯାଏ ଯେ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ୍ । ଗଣାମାଧ୍ୟମ ମୁଖ୍ୟତ ଲୋକଙ୍କ ସ୍ୱର ହେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.