ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

2/07/2020 at 11:31 AM

ଭୋପାଲ ୦୨/୦୭ : ତମାମ ଝଡଝଞ୍ଜା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ  ଚୌହାନଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର କରିବାକୁ ଯାଉଛନ୍ତି | ସପ୍ତାହେ ହେଲା ସେଥିପାଇଁ ପ୍ରସ୍ତୁତି ଚାଲିଥିଲା | ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥକ କଂଗ୍ରେସ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବାପରେ ଶିବରାଜଙ୍କ ସଂଖ୍ୟା ବଢି ଯାଇଥିଲା | କିନ୍ତୁ କ୍ୟାବିନେଟର ସମ୍ପୂର୍ଣ ଵିସ୍ତାର ହୋଇପାରିନଥିଲା | ସିନ୍ଧିଆ ସମର୍ଥକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ବିଜେପି ପ୍ରଦେଶ ଦାବି କରିଥିଲା | ଗତ ୩-୪ ଦିନ ହେଲା ସେଥିପାଇଁ ଗତିବିଧି ବଢିଯାଇଥିଲା |

ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳ ତାଲିକା

ବିଜୟ ଶାହା, ଜଗଦୀଶ ଦେବାଡା, ବିସାହୁଲାଲ ସିଂହ, ଭୁପେନ୍ଦ୍ର ସିଂହ, ବିଶ୍ୱାସ ସାରଙ୍ଗ, ଈମରଟି ଦେବୀ, ବୁଜେନ୍ଦ୍ର ପ୍ରତାପ ସିଂହ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ, ପ୍ରଦ୍ୟୁମ୍ନ ସିଂହ ତୋମାର, ପ୍ରେମ ଇଂଜିହ୍ୱା ୱାଘେଲା, ପ୍ରେମ ସିଂହ ପଟେଲ, ଓମ ପ୍ରକାଶ ସକଲେବା, ଉଷା ଠାକୁର, ଅରବିନ୍ଦ ସିଂହ ଭଦୋରୀୟା, ମୋହନ ଯାଦବ, ହାରଦୀପ ସିଂହ ଡଙ୍ଗ, ରାଜ ବର୍ଦ୍ଧନ ସିଂହ, ଭରତ ସିଂହ, ଇନ୍ଦ୍ର ସିଂହ ପରମର, ରାମ ଖୀଲାବନ ପଟେଲ, ରାମ କିଶୋର କବରେ, ସୁରେଶ ଧାଡକ

ଶିବରାଜ ସିଂହ କିଛିଦିନ ହେଲା ଦିଲ୍ଲୀରେ ଥିଲେ | ଗୃହ ମନ୍ତ୍ରୀ ମିତ ଶହ, ଜେ.ପି,ନଡ୍ଡା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ | ଘଣ୍ଟା ଘଣ୍ଟା ଧରି ମାରାଥନ ବୈଠକ ପରେ ନୂଆ ମନ୍ତ୍ରୀଙ୍କ ନାଁରେ ସହମତି ହୋଇଥିଲା | ମଧ୍ୟ ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅସୁସ୍ଥ ଥିବା ଯୋଗୁଁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ ପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ସାମ୍ବିଧାନିକ ପ୍ରକ୍ରିୟା ସଠିକ ଭାବେ ପରିବହନ ହେତୁ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟ ପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି |

   Related Posts