ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ସିନ୍ଦେ-ଫଡନଭିସ, ନଡ୍ଡା-ଶାହଙ୍କ ସହ କଲେ ଆଲୋଚନା, ମନ୍ତ୍ରିମଣ୍ଡଳ ବିସ୍ତାର ଉପରେ ଚର୍ଚ୍ଚା

9/07/2022 at 6:34 PM

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଶୁକ୍ରବାର ଦୁଇ ନେତା ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ଶନିବାର ଦୁହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦୁଇ ନେତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଭେଟି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ବିସ୍ତାର ଉପରେ ଆଲୋଚନା କରିଥିବା ଚର୍ଚ୍ଚା ଜୋର ।  

ଜୁଲାଇ ୧୧ରେ ମହାରାଷ୍ଟ୍ର ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବା ପୂର୍ବରୁ ସିନ୍ଦେ ଏବଂ ଫଡନଭିସ ଦିଲ୍ଲୀରେ ପହଞ୍ଚିଛନ୍ତି । ଶିବସେନା ନେତା ଉଦ୍ଧାବ ଠାକରେଙ୍କ ଗୋଷ୍ଠୀ ଏକାନାଥ ସିନ୍ଦେ ଏବଂ ଅନ୍ୟ ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଦାବି ନେଇ ସର୍ବୋଚ୍ଚ ଅଦାଲତରେ ଯାଚିକା ଦାଖଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ନ୍ୟାୟପାଳିକା ଉପରେ ଆମର ବିଶ୍ୱାସ ଅଛି। ତାଙ୍କ ନେତୃତ୍ୱଧୀନ ଗୋଷ୍ଠୀକୁ ଶିବସେନାର ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଛି। ସିନ୍ଦେଙ୍କ ବିଦ୍ରୋହରୁ ଆରମ୍ଭ ହୋଇଥିବା ବିଭାଜନ ପୂର୍ବରୁ ଶିବସେନା ପାଖରେ ୫୫ ବିଧାୟକ ଥିଲେ। ଏବେ ପ୍ରାୟ ୪୦ ବିଧାୟକ ସିନ୍ଦେଙ୍କ ସମର୍ଥନ କରିଥିଲେ। ଗତ ଜୁଲାଇ ୪ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ବିଧାନସଭାରେ ବହୁମତ ହାସଲ କରିଥିଲେ। ୨୮୮ ସଦସ୍ୟ ଥିବା ବିଧାନସଭାରେ ୧୬୪ ବିଧାୟକଙ୍କ ସମର୍ଥନ ମିଳିଥିଲା।

   Related Posts