ଭୁବନେଶ୍ବର ୬।୭: ପ୍ରତି ସବ୍ ଡିଭଜନରେ ନିର୍ମାଣ ହେବ ଶୀତଳଭଣ୍ଡାର । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୫୮ଟି ସବ୍ ଡିଭଜନରେ ହେବ ଶୀତଳଭଣ୍ଡାର । ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ମିଳିବ । ସମୃଦ୍ଧ କୃଷକ ନୀତି ଖୁବଶୀଘ୍ର ଚୂଡ଼ାନ୍ତ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି । PM କିଷାନ କିଭଳି ଭାବରେ ଚାଷୀଙ୍କୁ ମିଳିବ ସେ ନେଇ ଆଲୋଚନା ହୋଇଛି । କାଳିଆ ଯୋଜନାରେ ସାମିଲ ଥିବା ସବୁ ଚାଷୀ କିଭଳି PM କିଷାନରେ ସାମିଲ ହେବେ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
You Can Read:
ବହୁ ଚର୍ଚ୍ଚିତ କୁସୁମା କଟେଜ୍କୁ ହାତକୁ ନେବ ଜିଲ୍ଲା ପ୍ରଶାସନ, ପୌରପାଳିକା ଜମିରେ ହୋଇଛି ନିର୍ମାଣ : ଜିଲ୍ଲାପାଳ