ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ; ବନ୍ୟା ପ୍ରଭାବିତ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଲେ ଆଲୋଚନା

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ବନ୍ୟା ପ୍ରଭାବିତ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନିଂ ଜରିଆରେ ଆଲୋଚନା କରି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଗଞ୍ଜାମର ୪ଟି ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ଆସ୍କା, ପୁରୁଷୋତ୍ତମପୁର, ଛତ୍ରପୁର ଏବଂ ଗଞ୍ଜାମର ଅନେକ ସ୍ଥାନରେ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ହିଞ୍ଜିଳିକାଟୁ ଓ ଆସ୍କା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଲୋକଙ୍କୁ ଉଦ୍ଧାର କରିବାକୁ ହେଲିକପ୍ଟର ସହାୟତା ମାଗିଲେ ଗଞ୍ଜାମ ଜିଲ୍ଲାପାଳ । ଗଜପତିର ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଗଜପତି ଜିଲ୍ଲାପାଳ ସହାୟତା ଲୋଡିଲେ । ଗଜପତିରେ ୧୦ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯାଇଛି । ସେହିପରି ରାୟଗଡାରେ ସର୍ବାଧିକ ୫୯୨ମିଲିମିଟର ବର୍ଷା ରେକର୍ଡ କରାଯାଉଛି । ବଂଶଧାରା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ରାସ୍ତା ଯୋଗାଯୋଗ ସ୍ବାଭାବିକ ପାଇଁ ଜିଲ୍ଲାପାଳ ସହାୟତା ମାଗିଛନ୍ତି । ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଅବରୋଧ ହଟାଇବା ସହ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.