Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଘୋଷଣା ହୋଇପାରେ ପ୍ୟାକେଜ୍

31/08/2020 at 7:17 AM

ଭୁବନେଶ୍ୱର ୩୧।୦୮: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ । ଏହାପରେ ସେ ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ବନ୍ୟା ସ୍ଥିତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି,, ମହାନଦୀ ଉପରମୁଣ୍ଡରୁ ପାଣି ପ୍ରବାହ କମିଛି । ଲଘୁଚାପ ଜନିତ ଭୀଷଣ ବର୍ଷା ଯୋଗୁଁ ରାଜ୍ୟରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀରେ ୫ଟି ବଡ଼ ନଦୀରେ ବନ୍ୟା ପରିସ୍ଥିତି ଆସିଥିଲା। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀର ପ୍ରଭାବ ନାହିଁ। ବ୍ରାହ୍ମଣୀ ନଦୀ ବରୀରେ ଭୀଷଣ କ୍ଷତି କରିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର  , କଟକ, ପୁରୀରେ ବନ୍ୟାର ପ୍ରଭାବ ରହିଛି ବୋଲି ସେ କହିଛନ୍ତି।

ତେବେ  କିଛି ସ୍ଥାନରେ ଦୁର୍ବୃତ୍ତମାନେ ଘାଇ ସୃଷ୍ଟି କରିଥିବା ଅଭିଯୋଗ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମୁଖ୍ୟଶାସନ ସଚିବ। ସେହିପରି  ମୁଣ୍ଡଳିରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିର ପ୍ରବାହ ଅଧିକ ରହିବ । ସୋମବାର ଦିନ ୧୦ଟା କିମ୍ବା ୧୧ଟା ପରେ ପାଣି ଧୀରେ ଧୀରେ କମିବ । ଏହି ବନ୍ୟା ଯୋଗୁ ମହାନଦୀ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ାର ୩ଟି ବ୍ଲକ, କଟକ, ଜଗତସିଂହପୁର, ପୁରୀ ଜିଲ୍ଲାର କିଛି ଅଞ୍ଚଳ ଜଳମଗ୍ନ ହୋଇପାରେ । ସମସ୍ତ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ସତର୍କ ରହିଛନ୍ତି । ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି ନଦୀ ବନ୍ଧରେ । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ମୁତୟନ ରହିଛନ୍ତି । ମହାନଦୀ ବାଦ୍‌ ବାକି ସବୁ ନଦୀରେ ଜଳସ୍ତର କମିଛି ।

   Related Posts