କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ
27/12/2022 at 8:39 AM

ଭୁବନେଶ୍ୱର ୨୭।୧୨ : ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଅପରାହ୍ନ ସାଢେ ୪ଟାରେ କୋଭିଡ ସ୍ଥିତି ସମୀକ୍ଷା ବୈଠକ ହେବ। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।
ତେବେ ଆଜିର ଏହି ବୈଠକରେ ରହିବେ ସମସ୍ତ ସିଡିଏମଓ ଏବଂ ମେଡିକାଲ କର୍ତ୍ତୃପକ୍ଷ । ସମ୍ଭାବ୍ୟ କୋଭିଡ ମୁକାବିଲା ରଣନୀତି ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକ୍ ଡ୍ରିଲ ହୋଇଛି। ସବୁ ସିଡିଏମ୍ଓଙ୍କ ସହ ଆଲୋଚନା ହୋଇଛି । ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ୍ ବେଡ଼ ରଖାଯାଇଛି। ଅକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି। ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖାଯାଇଛି। ଏସବୁ ବ୍ୟବସ୍ଥା ସମ୍ପର୍କରେ ଆଜି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର।