ରାଜ୍ୟରେ ବଢୁଛି ସଂକ୍ରମଣ, ସଂଧ୍ୟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 14, 2022 IST

ଭୁବନେଶ୍ୱର ୧୪/୦୭: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି ।

ଫଳରେ ରେଡ ଜୋନରେ ରହିଛି ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର କଠୋର ନିଷ୍ପତ୍ତି ନେବାକୁ ଯାଉଛି । ବିଭିନ୍ନ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି । ଏମିତିକି ସ୍କୁଲ ପରିସରରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଏହାକୁ ନଜରରେ ରଖି ଆଜି ସାରା ରାଜ୍ୟର କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ । ତେବେ କିଛି ଗୋଟି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.