ମଙ୍ଗଳବାର ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ, ସ୍ୱାଗତ କରିବେ ୫୦ ହଜାର ଲୋକ

Published By : Prameya-News7 Bureau | September 05, 2022 IST

ଭୁବନେଶ୍ୱର ୦୫।୦୯ : ମଙ୍ଗଳବାର ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଜୋରଦାର ହେବ ସ୍ୱାଗତ । ପ୍ରାୟ ୫୦ ହଜାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିବାକୁ ଆସିପାରନ୍ତି ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଭିଡକୁ ଦେଖି ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଖାସ୍‌ କରି ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି । ପାର୍କିଂ ପାଇଁ ଏକାଧିକ ସ୍ଥାନ ନିଆଯାଇଛି । ପାର୍କିଂ ଲାଗି ୩ ସ୍ଥାନରେ ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲ , ଚିଲିକା ଡେଭଲପମେଣ୍ଟ ଅଥୋରିଟି ନିକଟରେ ପାର୍କିଂ କରାଯିବ । ସେହିପରି ବହୁତ ଭିଡ ଯୋଗୁ ଏୟାରପୋର୍ଟ ଅଥୋରିଟି ସହ ଆଲୋଚନା ମଧ୍ୟ ହୋଇଛି । ସିକ୍ୟୁରୀଟି ଦୃଷ୍ଟିରୁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୮ ଏଡିସିପି, ୧୬ ଏସିପି ନିୟୋଜିତ ରହିବେ । ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.