ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଯାଇଥିଲେ ଦିଲ୍ଲୀ

Published By : Prameya-News7 Bureau | August 08, 2022 IST

ଭୁବନେଶ୍ୱର ୦୮।୦୮: ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ । ନୀତି ଆୟୋଗର ସପ୍ତମ ତମ ବୈଠକରେ ଯୋଗଦେଇ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଖବର ଅନୁଯାୟୀ, ଗତ ଦୁଇ ବର୍ଷ ହେଲା କରୋନା ସଂକ୍ରମଣ ଲାଗି ନୀତି ଆୟୋଗ ବୈଠକ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ହୋଇଥିଲେ । କିନ୍ତୁ ଏବର୍ଷ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ହେତୁ ନୀତି ଆୟୋଗର ୭ମ ତମ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଶନିବାର ଦିନ ଦିଲ୍ଲୀ ଗସ୍ତ କରିଥିଲେ । ରବିବାର ନୀତି ଆୟୋଗ ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ସେ ଓଡିଶାର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଖାସ୍‌ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଅନ୍ୟତମ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.