oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଉତ୍ତରାଖଣ୍ଡରେ ବିପୁଳ ବିଜୟ ଅଭିମୁଖ ବିଜେପି କିନ୍ତୁ ହାରିଗଲେ ମୁଖ୍ୟମନ୍ତ୍ରୀ, ପୁଣି ମିଳିବ ନୂଆ ସିଏମ

10/03/2022 at 5:12 PM

ନୂଆଦିଲ୍ଲୀ, ୧୦/୦୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବହୁମତ ସହ ବିଜେପି ବିଜୟ ହାସଲ କରିବାକୁ ଯାଉଛି । ଉତ୍ତରାଖଣ୍ଡ ଇତିହାସରେ ଏହା ପ୍ରଥର ଘଟଣା ଯେତେବେଳ କୌଣସି ରାଜନୈତିକ ଦଳ ଦ୍ୱିତୀୟଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିରାଶ ହୋଇଛନ୍ତି । ଖଟିମା ବିଧାନସଭା ଆସନକୁ ଧାମୀ ପରାଜିତ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଭୂବନ କାପଡୀ ତାଙ୍କୁ ୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଯାହାପରେ ଉତ୍ତରାଖଣ୍ଡକୁ ପୁଣି ଥରେ ନୂଆ ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଥିବା ସ୍ପଷ୍ଟ ହୋଇଛି।

ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୬,୯୫୧ ଖଣ୍ଡରେ ପରାସ୍ତ ହୋଇଛନ୍ତି । କଂଗ୍ରେସର କାପଡୀ ୪୭,୬୨୬ ଭୋଟ ପାଇଥିବା ବେଳେ ଧାମୀଙ୍କୁ ମିଳିଛି ୪୦,୬୭୫ ଖଣ୍ଡ ଭୋଟ।  

ଭୁବନ ଚନ୍ଦ କାପଡୀ ଯୁବ ନେତା ଏବଂ ଉତ୍ତରାଖଣ୍ଡ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ । ଯୁବପୀଢିଙ୍କ ମଧ୍ୟରେ ଲୋକପ୍ରିୟ ଭୁବନ ଚନ୍ଦ ୨୦୧୭ ବିଧାନସଭା ନିର୍ବାଚନରେ ପୁଷ୍କର ସିଂ ଧାମୀଙ୍କୁ କଡା ଟକ୍କର ଦେଇଥିଲେ କିନ୍ତୁ ୨୭୦୯ ଭୋଟରେ ପରାଜିତ ହୋଇଥିଲେ । ଭୁବନ କପାଡୀଙ୍କୁ ୨୬ହଜାର ୮୩୦ ଭୋଟ ମିଳିଥିବା ବେଳେ ପୁଷ୍କର ସିଂ ଧାମୀଙ୍କୁ  ୨୯,୫୩୯ ଭୋଟ ମିଳିଥିଲା ।     

   Related Posts