Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କେବଳ ଦାଢି ବଢାଇଲେ ନରେନ୍ଦ୍ର ମୋଦୀ ହୋଇଯିବେ ନାହିଁ, ରାହୁଲଙ୍କୁ କଟାକ୍ଷ କଲେ ସିଏମ ଧାମି

25/11/2022 at 8:22 PM

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡା ଯାତ୍ରା ଜାରି ରହିଛି । ଏହି ଯାତ୍ରାର ପ୍ରଭାବ ତାଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଏହି ଦୁଇ ମାସରୁ ଅଧିକ ସମୟରେ ତାଙ୍କ ଦାଢି ମଧ୍ୟ ବଢିଛି । ଏଥିରେ ତାଙ୍କ ପରିପକ୍ୱ ବୟସ ମଧ୍ୟ ସ୍ପଷ୍ଟ ଜଣାପଡୁଛି । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଦାଢିକୁ ନେଇ ବିଜେପି ନେତା ଟାର୍ଗେଟ କରିଛନ୍ତି । ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, କେହି କେବଳ ଦାଢି ବଢାଇଲେ ନରେନ୍ଦ୍ର ମୋଦୀ ହୋଇଯିବେ ନାହିଁ । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଦାଢିକୁ ନେଇ ରାହୁଲଙ୍କ ତୁଳନା ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ ସହ କରିଥିଲେ ।

ସିଏମ ଧାମି କଟାକ୍ଷ କରି କହିଛନ୍ତି, ରାହୁଲ ଗାନ୍ଧୀ ଦାଢି ବଢାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଛବି କରିବାକୁ ଚାହୁଁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ଦିନ ଯାଏଁ ଦାଢି ରଖିଥିଲେ । ଯାହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା ।

ଏହା ପୂର୍ବରୁ ହିମନ୍ତ ବିଶ୍ୱ ଶର୍ମା ଗୁଜରାଟରେ ଏକ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କରିଥିଲେ, ଆଣପଙ୍କ ଚେହେରା ସଦ୍ଦାମ ସୁହେନ ପାଇଁ କାହିଁକି ଦେଖାଯାଉଛି । ରାହୁଲ ଗାନ୍ଧୀ ଜୀ ଆପଣଙ୍କ ଚେହେରା ଏପରି ହେବା ଦରକାର, ଯେଉଁଥିରେ ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ଦେଖିପାରିବେ, ସରଦାର ପଟେଲଙ୍କୁ ଦେଖିପାରିବେ । କିନ୍ତୁ ଏପରି ନ ହେବା ଦରକାର ଯେଉଁଥିରେ ସଦ୍ଦାମ ହୁସେନ ଦେଖାଯିବ ।

   Related Posts