ସୁରଟ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ : ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ହେବ ଟ୍ୱିନ୍ ସିଟିର ବିଭିନ୍ନ କୋଚିଂ ସେଣ୍ଟର

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର ୨୭/୫ : ସୁରଟ ଅଗ୍ନିକାଣ୍ଡ ଘଟଣା ପରେ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଟ୍ବିନ୍ ସିଟିର ବିଭିନ୍ନ କୋଚିଂ ସେଣ୍ଟରରେ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଗ୍ନିଶମ ବିଭାଗ ପକ୍ଷରୁ କଟକ ଭୁବନେଶ୍ବରର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ କରାଯିବ । କୋଚିଂ ସେଣ୍ଟର ଗୁଡିକରେ ଅଗ୍ନି ନିରାପତ୍ତା ନେଇ କଣ ପଦକ୍ଷେପ ନିଆଯାଇଛି ସେନେଇ ଅନୁଧ୍ୟାନ କରାଯିବ । ୨୨ଟି ଟିମ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବେ ।

{"id":116382}

ପ୍ରତି ଚିମରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ । ଏହାସହ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ । ଯେଉଁ କୋଚିଂ ସେଣ୍ଟର ଗୁଡିକରେ ଅଗ୍ନି ନିରପତ୍ତା ନେଇ କୌଣସି ବ୍ୟବସ୍ଥା ନଥିବ, ପ୍ରଥମେ ସେମାନଙ୍କୁ ନୋଟିସ କରାଯିବ । ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":116381,"align":"center"}


ସୂଚନାଯୋଗ୍ୟ ଯେ, ସୁରଟରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

{"id":116383,"width":582,"height":326}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.