ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | December 03, 2022 IST

ଭୁବନେଶ୍ୱର ୦୩।୧୨: ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ସ୍ଥାପନ ହେବ ଶିଳ୍ପ ପାର୍କ । ମହିଳା ଉଦ୍ୟୋଗୀଙ୍କ ପାଇଁ ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଏହାସହ ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କାର ରିଭଲଭିଙ୍ଗ ଫଣ୍ଡ ଦିଆଯିବ । ପ୍ରତି ବ୍ଲକ ସ୍ତରୀୟ ଫେଡରେସନକୁ ୫୦ ଲକ୍ଷ ଟଙ୍କା ରିଭଲଭିଙ୍ଗ ଫଣ୍ଡ ଦିଆଯିବ । ପଞ୍ଚାୟତସ୍ତରୀୟ ମିଶନ୍ତି ଶକ୍ତି ଫେଡରେସନ ଲାଗି ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସରେ ଘର ଯୋଗାଇ ଦିଆଯିବ । ମହିଳା ଉଡ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହେଇଛି । ଏଥିଲାଗି ଆଜି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ମିଶନ ଶକ୍ତି ବିଭାଗ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାଲ୍ଡଫିସ, ଚାଉଳର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ IRRI, ଚିନାବାଦାମ ର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ICRI SAT ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.