ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ଦୁଇଟି ଜନସଭାକୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ

Published By : Prameya-News7 Bureau | May 06, 2024 IST

ଭୁବନେଶ୍ୱର/କଳାହାଣ୍ଡି ୦୬।୦୫ : କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୩ ତାରିଖରେ କଳାହାଣ୍ଡିରେ ସାଧାରଣ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବିଜେଡିର ମୁଖ୍ୟ ଷ୍ଟାର ପ୍ରଚାରକ ତଥା ସଭାପତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ  ଯିବେ । 

ଖବର ଅନୁଯାୟୀ, ୭ଟି ନିର୍ବାଚନମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ପାଇଁ ପ୍ରଚାର କରିବେ । ଭବାନୀପାଟଣା ଓ ଖଡିଆଳରେ ଦଳ ପକ୍ଷରୁ ଆୟୋଜିତ ଦୁଇଟି ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ୫ମିନିଟ୍‌ରେ   ପହଞ୍ଚିବେ । ଶ୍ରୀକ୍ରୀଷ୍ଣାନଗର ପଡ଼ିଆରେ   ଆୟୋଜିତ ବିଶାଳ ଜନସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ ।  କଳାହାଣ୍ଡିର ରୂପାନ୍ତରଣ ତଥା ଜିଲ୍ଲାର  ବିକାଶ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ହିସାବ  ଦେବେ ବୋଲି ରବିବାର ଜିଲ୍ଲା ବିଜେଡି ପକ୍ଷରୁ ଭବାନୀପାଟଣାରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଦସ୍ୟ ତଥା ଲୋକସଭା ନିର୍ବାଚନ ପର୍ଯ୍ୟବେକ୍ଷକ  ସୁଜିତ କୁମାର ସୂଚନା ଦେଇଛନ୍ତି । ଜିଲ୍ଲା ବିଜେଡି ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ  ହୋଇଥିଲା । ମୁଖ୍ୟମନ୍ତ୍ରୀ ସୋମବାର  ନୂଆପଡ଼ା ଜିଲ୍ଲାର ଖଡିଆଳକୁ ମଧ୍ୟ ନିର୍ବାଚନୀ ପ୍ରଚାରରେ ଆସୁଥିବା ସୂଚନା ମିଳିଛି ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.