ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ; କହିଲେ ବ୍ୟାପକ କ୍ଷୟକ୍ଷତି ହୋଇଛି

Published By : Prameya-News7 Bureau | October 13, 2018 IST

ଭୁବନେଶ୍ୱର ୧୩/୧୦ : ବନ୍ୟା ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆକାଶମାର୍ଗରୁ ଗଜପତି, ଗଂଜାମ ଏବଂ ରାୟଗଡା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ | ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବ୍ୟାପକ କ୍ଷୟକ୍ଷତି ଘଟିଛି | କ୍ଷତିର ଆକଳନ ରିପୋର୍ଟ ମଗାଯିବ | ରିପୋର୍ଟ ମିଳିବ ପରେ ପ୍ୟାକେଜ ଘୋଷଣା କରାଯିବ ବୋଲି କହିଛନ୍ତି ନବୀନ | ଭୁବନେଶ୍ୱରରେ ଏକ ଉଚ୍ଚ ସ୍ଥରୀୟ ବୈଠକ ବସିବ | କନ୍ଧମାଳ ଯାଇ ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ପୂର୍ବରୁ ବାତ୍ୟା ଏବଂ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ୩ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜସ୍ବ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅଂତଃଅ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି | ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ ଏବଂ ସୁଶାନ୍ତ ସିଂ ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି | ଗଂଜାମ, ଗଜପତି ଏବଂ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ୩ ମନ୍ତ୍ରୀ | ବିଶେଷ କରି ରିଲିଫ ଏବଂ ପୁନଃରୁଦ୍ଧାର କାର୍ଯ୍ୟର ତଦାରଖ କରିବ ଏହି ମନ୍ତ୍ରୀସ୍ତରୀୟ କମିଟି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.