ଆସିକା ସଭାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, କହିଲେ- ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Published By : Prameya-News7 Bureau | May 09, 2024 IST

ବ୍ରହ୍ମପୁର ୦୯।୦୫ : ଆସିକାରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ଣ ୧୨ଟା ୨୦ରେ ଆସିକାରେ ପହଞ୍ଚିଥିଲେ। ହଜାର ହଜାର କର୍ମୀଙ୍କୁ ସେ ଉଦବୋଧନ ଦେଇ ବିକାଶର ବାର୍ତ୍ତା ଦେଇ ଓଡ଼ିଶାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ସେ କଂଗ୍ରେସ ଓ ବିଜେପି ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛନ୍ତି। 

ସେପଟେ ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ପ୍ରକାଶ ପାଇବ। ଏଥିରେ ଯୁବ, ମହିଳା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ୍ୟ ଦିଆଯାଇଛି। ଇସ୍ତାହାର ସବୁ ବର୍ଗଙ୍କୁ ଖୁସି କରିବ ବୋଲି ପାଣ୍ଡିଆନ କହିଛନ୍ତି। ସାଂସଦ ପ୍ରମିଳା ବିଷୋୟୀ, ଆସିକା ସାଂସଦ ପ୍ରାର୍ଥୀନୀ ରଂଜିତା ସାହୁ, ଆସିକା ବିଧାୟିକା ପ୍ରାର୍ଥୀ ମଞ୍ଜୁଳା ସ୍ଵାଇଁ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ପ୍ରାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ, ସୋରଡା ବିଧାୟିକା ପ୍ରାର୍ଥୀ ସଂଘମିତ୍ରା ସ୍ଵାଇଁ, କବିସୂର୍ଯ୍ୟନଗର ବିଧାୟିକା ପ୍ରାର୍ଥୀ ଲାତିକା ପ୍ରଧାନ, ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ଅଞ୍ଜଳି ସ୍ଵାଇଁ ସ୍ୱାଗତ ଭାଷଣ ଦେଇଥିଲେ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.