ରାଉରକେଲା ୪/୧୧ : ଆଜି ଦିନ ୧.୪୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରୁ ହେଲିକେପ୍ଟରରେ ଉଢ଼।ଣ ଭରି ଠିକ୍ ୨ ଟା୫୫ ମିନିଟରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରୁ ସିଧାଯାଇ ଅପରାନ୍ନ ୩.୧୫ ମିନିଟରେ ହକି ଷ୍ଟାଡ଼ୟିମରେ ପହଚିଂ ଓଡ଼ଶା ଏକାଦଶ ଓ ଅଷ୍ଟ୍ରେଲିଆର ନିୟୁ ସାଉଥ ଓବେଲ୍ସ ହକି ଟିମ ମଧ୍ୟରେ ହେବାକୁଥିବା ପ୍ରଦର୍ଶନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଛନ୍ତି । ସେଠାରେ ୪୫ ମିନିଟ ରହିବା ପରେ ଠିକ୍ ୪ ଟାରେ ହକି ଷ୍ଟାଡ଼ୟିମରୁ ବାହାରି ଉଦିତ ନଗର ହାଇସ୍କୁଲ ପଡ଼ିଆରେ ୪.୧୫ ମିନିଟରେର ପହଚିଂ ସେଠାରେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ୪୦ ଉନ୍ନୟନ ପ୍ରକ୍ଳ୍ର ଲୋକାର୍ପିତ କରିବା ସହ ୧୪୫ କୋଟି ଟଙ୍କା ଅଟକଳ ବ୍ୟୟରେ ୮ ଗୋଟି ପ୍ରକ୍ଳପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ନବୀନ ପଟ୍ଟନାୟକ ପୁର୍ବରୁ ଅନେକ ଥର ରାଉଉରକେଲା ଆସି ଅନେକ ପ୍ରକ୍ଳପର ଶିଳାନ୍ୟାସ କରିଛନ୍ତି କିନ୍ତୁ ତାହା ଶିଳାନ୍ୟାସରେ ହିଁ ରହିଯାଇଛି।