ଭୁବନେଶ୍ବ୧୨|୧୦: ତିତିଲ ପ୍ରଭାବରେ ବର୍ଷା ଯୋଗୁଁ ବେହାଲ ୩ଜିଲ୍ଲା । ଗଞ୍ଜାମ ଜିଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ସେହିଭଳି ରାୟଗଡା ଏବଂ ଗଜପତିରେ ବହୁ ପରିମାଣର ଗଛ ଉପୁଡିପଡିଥିବରୁ ରାସ୍ତା ଅବରୋଧ ହୋଇଛି। ତିନି ଜିଲ୍ଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ତୁରନ୍ତୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ନେବାକୁ ନିର୍ଦେଶ ଦେବା ସହ ୭ଦିନ ଭିତରେ କ୍ଷେୟକ୍ଷତି ରିର୍ପୋଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏପଟେ ରିଲିଫ, ଉଦ୍ଧାର ଏବଂ ପୁନଃଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟନ୍ତ୍ରୀ …
ବତ୍ୟା ଟଳିଗଲା କିନ୍ତୁ ବନ୍ୟା ବୁଡାଇଲା। ତିତଲି ପ୍ରଭାବରେ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି କିଲ୍ଲାକୁ ବୁଡିଛି। ସର୍ବଧିକ ବୁଡିଛି ଗଞ୍ଜାମ ଜିଲ୍ଲା। ଆସିକା, ପୁରୁଷତ୍ତପୁର, ଛତ୍ରପୁର, ଭଂଜନଗର, ଓ ଗଞ୍ଜାମ ବ୍ଲକ ପୁରା ପ୍ରଭାବିତ ହୋଇଛି।
ରାୟଗଡା ଏବଂ ଗଜପତିରେ ଗଛ ଉପୁଡିଥିବରୁ ରାସ୍ତା ଅବରୋଧ ହୋଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଭଳି ସ୍ଥିତି ଉପୁଜିବା ପରେ ସଚିବାଳୟରେ ଭିଡିଓ କନଫେରେନସିଂ ଜରିଆରେ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିବା, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା, ବର୍ଷା ନଛାଡିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦେବା, ସବୁ କର୍ମାଚାରୀଙ୍କୁ ରାସ୍ତା ଅବରୋଧ ହଟାଇବା ନୟୋଜିତ କରିବା,ଖୁବ ଶିଘ୍ର ବିଦ୍ୟୁତ ସଂଯୋଗ ଦେବା, ହେଲଥ କ୍ୟାମ୍ପ ଖୋଲିବା , ମଗଣାରେ ଓୌଷଧ୍ୟ ଦେବା ସହିତ ବର୍ଷା ଛାଡିବା କ୍ଷଣି ୭ ଦିନ ଭିତରେ କ୍ଷୟକ୍ଷତିର ରିର୍ପୋଟ ଦେବାକୁ ଏସଆରସିଙ୍କୁ ନେର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହ ତିତଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଏବଂ ରାୟଗଡାର ଜିଲ୍ଲା ରିଲିଫ, ଉଦ୍ଧାର ଏବଂ ପୁନଃରଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ।
୨ଟି ବ୍ଲକରେ ୩ଶହ ମିଲିମିଟର ଅଧିକ ବର୍ଷା ହୋଇଥିବାବେଳେ ୧୬ବ୍ଲକରେ ୨ଶହରୁ ୩ଶହ ମିଲିମିଟର ବର୍ଷା ହୋଇଥିବାବେଳେ୬୦ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। ଲଗଣା ବର୍ଷା ଯୋଗୁ ଋଷିକୂଲ୍ୟାରେ ୫ ଘାଇ ଖାଇଛି। ଯେଉଁଥିବା ପାଇଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗଣା ବର୍ଷା ହେବା ଫଳରେ ରଷିକୂଲ୍ୟା ଏବଂ ବଡ ନଦୀରେ ଜଳସ୍ତର ବଢ଼ୁଥିବାବେଳେ ବଂଶଧରା ଏବଂ ମହେନ୍ଦ୍ର ତନୟାରେ ଜଳ ସ୍ତର କମିବାରେ ଲାଗିଛି। ଏପଟେ ଅନୁଗୁଳ ଏବଂ ବାଲେଶ୍ବରରେ ପ୍ରବଳ ବର୍ଷା ହେଉଥିବାରୁ ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
ବନ୍ୟା ପରିସ୍ଥିତି ଅନୁଧ୍ୟାନ ଏବଂ ଉଦ୍ଧାର ପାଇଁ ନୌସେନାର ଦୁଇଟି ହେଲିକ୍ୟାପଟର ନିୟୋଜିତ ହୋଇଥିବାବେଳେ ଗଞ୍ଜାମର ପୁରୁଷତ୍ତମପୁରୁ ଏବଂ ଆସକା ବ୍ଲକକୁ ଛାଡି ଆଉ ସବୁ ଅଞ୍ଚଳକୁ ୪୮ଘଣ୍ଟା ଭିତରେ ବଦ୍ୟୁତ ସଂଯୋଗ ଦିଆଯିବ ସହିତ ଗଜପତିରେ ଅଧିକ ୧୩୨ଟି କେଭି ଇଲେକ୍ଟ୍ରିଖୁଣ୍ଟ ଉପଡୁଥିବାରୁ ଆସନ୍ତା ୪ଦିନ ଭିତରେ ବିଦ୍ୟୁତ ସଂଯୋଗ ଦିଆଯିବ। ରାୟଗଡାରେ ୭୨ଘଣ୍ଟାରେ ଭିତରେ ବିଦ୍ୟୁତ ସଂଯୋଗ ଦିଆଯିବ। ଏହସହ ଦକ୍ଷିଣଞ୍ଚାଳ ଏବଂ କେନ୍ଦ୍ରାଞ୍ଚଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି।