ଶେଖ୍ ଜାଏଦ ମସ୍‌ଜିଦ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ, ମସଜିଦରେ ହୋଇଥିବା କାରୁକାର୍ଯ୍ୟକୁ କଲେ ପ୍ରଶଂସା

Published By : Prameya-News7 Bureau | June 28, 2022 IST

ଭୁବନେଶ୍ୱର ୨୮।୦୬: ରୋମ୍‌ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆବୁଧାବିରେ ପହଞ୍ଚିଥିଲେ । ପ୍ରଥମ ଦିନରେ ନବୀନ ଆବୁଧାବିର ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ସେଖ ଜାୟେଦ ମସଜିଦ୍‌ ବୁଲି ଦେଖିଛନ୍ତି । ଏହି ମସଜିଦ୍‌ର ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ, ସ୍ଥାପତ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି ନବୀନ ।

wp:html /wp:html

ଟ୍ୱିଟ୍‌ରେ ନବୀନ କହିଛନ୍ତି, ଏଥିରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ଯାଇଥିଲା । କାରିଗର ମଧ୍ୟ ରାଜସ୍ଥାନର ସେଇ ଗାଁରୁ ଆବୁଧାବି ଯାଇଥିଲେ । ଶେଷରେ ସେ ଲେଖିଛନ୍ତି, ଭାରତର ସ୍ପର୍ଶ ସବୁଠି ରହିଛି । ମୁଖ୍ୟମନ୍ତ୍ରୀ ଆଜି ଢେର ଦିନ ପରେ ଭିନ୍ନ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ସବୁବେଳେ ଧଳା ରଙ୍ଗର କୁର୍ତ୍ତା ପିନ୍ଧୁଥିବା ନବୀନ ଆଜି ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.