ଶେଷ ଲଢେଇ ପାଇଁ ଜୋରଦାର କସରତ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରଚାର କରିବେ ନବୀନ

Published By : Prameya-News7 Bureau | May 27, 2024 IST

ଭୁବନେଶ୍ୱର ୨୭/୦୫: ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ କେନ୍ଦ୍ରାପଡା  ଓ ଜଗତସିଂହପୁର ଗସ୍ତରେ ଯାଉଛନ୍ତି । ପୂର୍ବାହ୍ନ ୧୧ଟାରେ ସେ  କେନ୍ଦ୍ରାପଡା ବାରୋ ପଡିଆରେ ହେଲିକପ୍‌ଟର ଯୋଗେ ପହଞ୍ଚିବେ । 

ସେଠାରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ । ସେଠାରୁ ହେଲିକପଟର ଯୋଗେ ଯାଇ ଦିନ ୧୨ଟା  ୨୦ ମିନିଟରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାମାରେ ପହଞ୍ଚିବେ । 

ସେଠାରେ ଆଉ ଏକ ସମାବେଶରେ ଉଦବୋଧନ ଦେଇ ଜଗତସିଂହପୁର ସଦର ମହକୁମା ଯିବେ । ଦିନ ୧ଟା ୧୦ ମିନିଟରେ ଜଗତସିଂହପୁର ଷ୍ଟାଡିୟମରେ ପହଞ୍ଚି ଏକ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ନିବେଦନ କରିବାର କାର୍ଯ୍ୟକ୍ରମ ରହିଛି


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.