ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 15, 2023 IST

ଭୁବନେଶ୍ୱର ୧୫।୦୮ :  ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ।

{"id":831048,"sizeSlug":"full","linkDestination":"none"}

ଏହି ଅବସରରେ ସ୍ବାଧୀନତା ସଂଗ୍ରୀମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବୀର ପୁତ୍ର ମାନଙ୍କୁ ମନେ ପକାଇଲେ  ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଅର୍ଥନୀତିରେ ସମୃଦ୍ଧ ହୋଇଛି ।ଓଡ଼ିଶାକୁ ଏବେ କୋଟି କୋଟି ଟଙ୍କାର ପୁଞ୍ଜି ଆସୁଛି  । ଓଡ଼ିଶାରେ ନିଯୁକ୍ତିର ସୁଯୋଗ ବଢିଛି ।

{"id":831049,"sizeSlug":"full","linkDestination":"none"}

ସେହିପରି ମଧୁବାବୁ ପେନସନ ଯୋଜନାରେ ୪ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି । ଆଜି ଠାରୁ ନୂଆ ହିତାଧିକାରୀଙ୍କୁ ପେନସନ ଦିଆଯିବ । ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରିଛି । BSKY ସଫଳତାର ସହ ସେବା ଯୋଗାଉଛି । ନୂଆ ଓଡ଼ିଶା ଯୋଜନାରେ ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ।

wp:embed {"url":"https://www.prameyanews7.com/the-player-strengthened-his-claim-for-the-asia-cup-and-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-player-strengthened-his-claim-for-the-asia-cup-and-the-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.