scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ରେକର୍ଡ କଲେ ନବୀନ, ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ଇତିହାସ

22/07/2023 at 8:10 AM

Naveen Pattnaik

ଭୁବନେଶ୍ୱର ୨୨/୦୭: ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନୂଆ ରେକର୍ଡର ହେବେ ଅଧିକାରୀ । ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ନବୀନ ହେବେ ଦେଶର ଦ୍ବିତୀୟ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହେବେ ନବୀନ। ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

୧୯୭୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ଓଡ଼ିଶାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଆଜି ଅର୍ଥାତ୍ ୨୨ ଜୁଲାଇ ୨୦୨୩ରେ ୨୩ ବର୍ଷ ୧୩୮ ଦିନ ପୂରଣ କରିବେ। ଯାହା ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ। ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ଵନ କୁମାର ଚାମଲିଙ୍ଗ ୨୦୧୮ରେ ଜ୍ୟୋତି ବସୁଙ୍କ ରେକର୍ଡ କାଟି ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଥିବାର ରେକର୍ଡ ନିଜ ନାଁରେ କରିଥିଲ।

୨୪ ବର୍ଷ ୧୬୬ ଦିନ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି ପଓ୍ବନ କୁମାର ଚାମଲିଙ୍ଗ । ନବୀନଙ୍କ ନେତୃତ୍ବରେ ବିଜେଡି ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀଙ୍କଠାରୁ ଅପୂର୍ବ ସମର୍ଥନ ଲାଭ କରି କ୍ରମାଗତ ଶାସନରେ ରହି ଆସିଛି।

you can also read..

   Related Posts